ଅଧରାତିରେ ମହିଳାଙ୍କୁ ଅପହରଣ ; ବର୍ଷା ରାତିରେ ଟ୍ରକ ଅଟକାଇ ଟେକିନେଲା ଡ୍ରାଇଭର

ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଗଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଛାତିଥରା ଭିଡିଓ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି ।

02 (3)

କନକ ବ୍ୟୁରୋ : ରାତି ଅଧରେ ବର୍ଷା ଯୋଗୁଁ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିଲେ ଜଣେ ମହିଳା । ନିଛାଟିଆ ଦେଖି ମହିଳାଙ୍କୁ ଟେକି ନେଇଗଲା ଟ୍ରକ୍ ଡ୍ରାଇଭର୍ । ସିସିଟିଭି କ୍ୟାମେରାରେ କଏଦ ହୋଇଛି ଛାତିଥରା ଭିଡିଓ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ୧୬ ନମ୍ୱର ଜାତୀୟ ରାଜପଥ ପୁଲିସ ରିଜର୍ଭ ଅଫିସ ନିକଟରେ ଗତକାଲି ଏଭଳି ଅଭାବନୀୟ ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଚମ୍ପା ଫାଣ୍ଡି ଛକ ନିକଟରେ ଅଟକିଥିଲା ଜାତୀୟ ରାଜପଥରେ ଯାଉଥିବା ଏକ ଟ୍ରକ୍ । ଏକୁଟିଆ ମହିଳାଙ୍କୁ ଦେଖି ଟ୍ରକ୍ ଡ୍ରାଇଭର ଗାଡ଼ି ଅଟକାଇଥିଲେ ଏବଂ ଜୋର ଜବରଦସ୍ତ ଅପହରଣ କରି ଟ୍ରକରେ ପଳାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ମାନସିକ ଅନଗ୍ରସର ବୋଲି ଚର୍ଚ୍ଚା ହେଉଥିବା ବେଳେ, ଏଯାଏଁ ତାଙ୍କର ପତ୍ତା ମିଳିନାହିଁ । ଘଟଣା ଜଣାପଡ଼ିବା ପରେ ଭଦ୍ରକରେ ହଇଚଇ ଖେଳିଯାଇଛି  । ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ କରିବା ସହିତ ଜାତୀୟ ରାଜପଥରେ ଲାଗିଥିବା ସିସିଟିଭି ଯାଞ୍ଚ କରୁଛି ବୋଲି ସୂଚନା ଦେଇଛନ୍ତି ଭଦ୍ରକ ଅତିରିକ୍ତ ଏସ୍‌ପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe