ସ୍ତ୍ରୀକୁ କୁରାଢ଼ିରେ ହାଣି ହତ୍ୟା କଲେ ଏବିଡିଓ, କେନ୍ଦୁଝର ଜିଲ୍ଲା ନନ୍ଦିପଡ଼ା ଥାନା ଡଅଁର ଗ୍ରାମରେ ଚାଞ୍ଚଲ୍ୟକର ଘଟଣା

ହତ୍ୟା ପରେ ଫେରାର ଅଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡିଓ ଦେବୀ ପ୍ରସାଦ ଜେନା ।

ପରକିୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା!

ପରକିୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା! Photograph: (KanaKnews)

କନକ ବ୍ୟୁରୋ;  ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟା କଲେ ଏବିଡ଼ିଓ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗ୍ରାମରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗୁରୁବାର ଅପରାହ୍ନରେ ସ୍ୱାମୀ ଦେବୀ ପ୍ରସାଦ ଓ ସ୍ତ୍ରୀ ସୁଦେଷ୍ଣା ଘରେ ଥିବାବେଳେ ପାରିବାରିକ କଳହରୁ ସ୍ତ୍ରୀକୁ ଏକ କୁରାଢ଼ିରେ ହାଣି ଦୌଡ଼ି ପଳାଇ ଥିଲେ। ସ୍ବାମୀର ଚିତ୍କାର ଶୁଣି ପଡୋଶୀ ମାନେ ଯାଇ ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ ।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଅଛନ୍ତି ଦେବୀ ପ୍ରସାଦ ଜେନା । ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟାଇଥିବା ସୂଚନା । ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି ଏବିଡିଓ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe