କନକ ବ୍ୟୁରୋ; ସ୍ତ୍ରୀକୁ କୁରାଢିରେ ହାଣି ହତ୍ୟା କଲେ ଏବିଡ଼ିଓ । କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଡ଼ଅଁର ଗ୍ରାମରୁ ଆସିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଗୁରୁବାର ଅପରାହ୍ନରେ ସ୍ୱାମୀ ଦେବୀ ପ୍ରସାଦ ଓ ସ୍ତ୍ରୀ ସୁଦେଷ୍ଣା ଘରେ ଥିବାବେଳେ ପାରିବାରିକ କଳହରୁ ସ୍ତ୍ରୀକୁ ଏକ କୁରାଢ଼ିରେ ହାଣି ଦୌଡ଼ି ପଳାଇ ଥିଲେ। ସ୍ବାମୀର ଚିତ୍କାର ଶୁଣି ପଡୋଶୀ ମାନେ ଯାଇ ସୁଦେଷ୍ଣାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଶାଳନିଆଁ ଓ ପରେ ଭଦ୍ରକ ଡାକ୍ତରଖାନା ନେଇଥିଲେ ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଏବିଡ଼ିଓ ଅଛନ୍ତି ଦେବୀ ପ୍ରସାଦ ଜେନା । ପାରିବାରିକ କଳହକୁ ନେଇ ଏପରି କାଣ୍ଡ ଘଟାଇଥିବା ସୂଚନା । ଆକ୍ରମଣ କରି ଫେରାର ହୋଇ ଯାଇଛନ୍ତି ଏବିଡିଓ ।