କନକ ବ୍ୟୁରୋ:  ଆମ ରାଜ୍ୟର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ । କୃଷିରେ ଉନ୍ନତି ଆଣିବା ପାଇଁ ଲୋକ ନୂଆନୂଆ ପ୍ରଣାଳୀ ଆପଣାଉଛନ୍ତି । ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ବ୍ୟବସ୍ଥା କରାଯାଉଛି । ଯାହାର ସହାୟତା ନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ୍ ଅନ୍ତର୍ଗତ ଗୋଟା ଗାଁର ମହିଳାମାନେ ଡ୍ରାଗନ ଫ୍ରୁଟ୍‌ ଭଳି ବିଦେଶୀ ଫଳ ଚାଷ କରୁଛନ୍ତି । ୧୦ ଜଣ ମହିଳା ମିଶି ପ୍ରଥମେ ଛେଳି ପାଳନ ଓ ଗେଣ୍ଡୁଫୁଲ ଚାଷ କରୁଥିଲେ। ଏବେ ଡ୍ରାଗନ ଫ୍ରୁଟ ଚାଷ କରିଛନ୍ତି । ଗାଁର ଜଣେ ବ୍ୟକ୍ତିଙ୍କ ଜମିକୁ ଲିଜ୍ ନେଇ ୫୨୦ ଚାରା ରୋପଣ  କରାଯାଇଛି । 

Advertisment

ଓଡ଼ିଶା ଜୀବିକା ମିସନ ଓ କୃଷି ଉଦ୍ୟାନ ବିଭାଗ ସହାୟତାରେ ଚାଷ ଆରମ୍ଭ ହୋଇଥିଲା । ମହିଳାମାନେ ପ୍ରଶାସନ ପକ୍ଷରୁ ତାଲିମ ନେଇ ବାହାରୁ ଚାରା ଆଣି ଚାଷ ଆରମ୍ଭ କରିଛନ୍ତି ।  ଉଦ୍ୟାନ କୃଷି ଉନ୍ନୟନ ମିସନ ଯୋଜନାରେ ୬୦୦୦ ଟଙ୍କା ଓ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ବୁନ୍ଦା ଜଳସେଚନ ପାଇଁ ୨୫୦୦୦ ଟଙ୍କା ଯୋଗାଇ ଦିଆଯାଇଛି । ବର୍ଷକ ପରେ ଡ୍ରାଗନ ଫ୍ରୁଟ ଅମଳ ହେଉଥିବାବେଳେ ଭଲ ଦାମ୍‌ରେ ବିକ୍ରି ହେଉଛି । ଗ୍ରାମାଞ୍ଚଳ ମହିଳାଙ୍କ ଆର୍ଥିକ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ରହିଛି । ପୂର୍ବରୁ ଷ୍ଟ୍ରବେରି, ଗୋଲାପ ଫୁଲ ଓ କ୍ୟାପ୍ସିକମ୍‌ ଚାଷ କରି ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ବେଶ୍ ସଫଳତା ହାସଲ କରିଥିବା ବେଳେ ବର୍ତ୍ତମାନ ଡ୍ରାଗନ ଫ୍ରୁଟ ଚାଷ ଆରମ୍ଭ କରିଛନ୍ତି ।