କନକ ବ୍ୟୁରୋ :  ଦେଶ ନୁହେଁ ବିଶ୍ବର ସର୍ବୋଚ୍ଚ ରେଳସେତୁ ନିର୍ମାଣ କରି ନୂଆ ପରିଚୟ ଓ ରେକର୍ଡ କରିଛି ଭାରତ ।  ବିକାଶର ଫର୍ଦ୍ଦରେ ଚେନାବ ରେଳସେତୁ ନୂଆ ନାଁ ଭାବେ ଯୋଡି ହୋଇଛି । ଦୀର୍ଘତମ ଓ ଉଚ୍ଚ ସେତୁ କଟରାରୁ ଶ୍ରୀନଗରର ଦୂରତା କମ କରିନି ବଂର ଜମ୍ମୁକାଶ୍ମୀର ବିକାଶକୁ ଆଉ ପାଦେ ବଢ଼ାଇଛି । ଦୀର୍ଘ ୧୮ବର୍ଷ ଧରି ଚାଲିଥିବା ନିର୍ମାଣ କାମରେ ପ୍ରମୁଖ ଭୂମିକା ତୁଳାଇଛନ୍ତି ମହିଳା ଇଞ୍ଜିନିୟର ତଥା ପ୍ରଫେସର ଡ଼.ମାଧବୀ ଲତା । ଯଦିଓ ସେତୁ ନିର୍ମାଣରେ ଦେଶବିଦେଶର ଅନେକ ନାଁକରା ତଥା ଅନୁଭବୀ ବିଶେଷଜ୍ଞ,ଇଞ୍ଜିନିୟର ସାମିଲ ଥିଲେ ତଥାପି ମାଧବୀଙ୍କ ନାଁ ବେଶ ଚର୍ଚ୍ଚାରେ । ୨୦୦୫ରେ ଚେନାବ ସେତୁ ନିର୍ମାଣ କାମରେ ସେ ଯୋଗ ଦେଇଥିଲେ  । ସେତୁ ନିର୍ମାଣ ସମୟରେ ଜଳବାୟୁ ସ୍ଥିତି, ଦ୍ରୁତ ଗତିରେ ପବନର ବେଗ, ଭୌଗଳିକ ଅବସ୍ଥିତି ଏଭଳି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ଭିତରେ ମାଧବୀ ଲତା ଆପଣାଇଥିଲେ ‘ଡିଜାଇନ ଆଜ ୟୁ ଗୋ’ ଉପାୟ । ଏହାର ଅର୍ଥ ବାସ୍ତବିକ ସମୟ ଓ ସମସ୍ୟା ଅନୁସାରେ ଡିଜାଇନର ଆବଶ୍ୟକତାକୁ ପୂରା କରିବା । ପାରମ୍ପରିକ କଷ୍ଟକର ଉପାୟ ସହ ସେତୁ ନିର୍ମାଣ ସମ୍ଭବ ନଥିଲା । ତେଣୁ ମାଧବୀଙ୍କ କୌଶଳ ଡିଜାଇନ ଆଜ ୟୁ ଗୋ ଉପାୟ ସହ ଆଗକୁ ବଢ଼ିଲା ନିର୍ମାଣ କାମ ।  ଯେଉଁଠି ସେତୁ ନିର୍ମାଣ କରାଯାଇଛି ଏହାର ଆଖପାଖରେ ବଡ ବଡ ପାହାଡ ଓ ଗୁମ୍ପା ଥିବାରୁ  ରକ ଆଙ୍କରି କୌଶଳ ଆପଣାଯାଇଥିଲା । ଏହା ଦ୍ବାରା ଭଙ୍ଗା ଚଟାଣକୁ କିଭଳି ଦୀର୍ଘବର୍ଷ ଧରି ମୁଜବୁତ କରାଯିବ,କିଭଳି ଷ୍ଟିଲ ଓ ଅନ୍ୟାନ୍ୟ ଧାତୁର ସଠିକ ବ୍ୟବହାର କରାଯିବ । ଏହି ତାଙ୍କ ମାର୍ଗଦର୍ଶନରେ କରାଯାଇଥିଲା  । ମାଧବୀ ଲତା ଜଣେ ସିଭିଲ ଇଞ୍ଜିନିୟର । ଆଇଆଇଏସସିରେ ପ୍ରଫେସର, ଜେଏନୟୁ ଓ ଏନଆଇଟି,ଆଇଆଇଟି ମାଡ୍ରାସର ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ରେଳ ଭିତ୍ତିଭୂମି ଓ ସଂଯୋଗୀକରଣକୁ ନୂଆ ଦିଗ ଦେଉଥିବା  ଚେନାବ ନଦୀ ଉପରେ ବିଶ୍ବର ସର୍ବୋଚ୍ଚ ରେଳ ସେତୁ । ନଦୀ ପତନରୁ ୩୫୯ ମିଟର ଉଚ୍ଚତାରେ ରହିଛି ଓ ଭୂକମ୍ପ ଓ ପବନ ବ୍ରିଜକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଏଥିସହ ଜମ୍ମୁ ଓ ଶ୍ରୀନଗର ଭିତରେ ସଂଯୋଗୀକରଣ ବୃଦ୍ଧି ହେବ । ବନ୍ଦେ ଭାରତରେ କାଟରାରୁ ଶ୍ରୀନଗର ଲାଗିବ ୩ ଘଣ୍ଟା । ଏହାର ନିର୍ମାଣ ପ୍ରକ୍ରିୟାଠାରୁ ଆଜି ପର୍ଯ୍ୟନ୍ତ  
୨୨ ବର୍ଷ ଲାଗିଛି । ତେବେ ବିଶ୍ବର ସର୍ବୋଚ୍ଚ ରେଳସେତୁ ନିର୍ମାଣରେ ତାଙ୍କ ଯୋଗଦାନ ବେଶ ପ୍ରେରଣାଦାୟୀ ।