କନକ ବ୍ୟୁରୋ: ମହିଳାଙ୍କ ଉନ୍ମକ୍ତ କାଣ୍ଡ। ଫିଲ୍ଟ ଷ୍ଟ୍ରାଇଲରେ ରେଳ ଧାରଣା ଉପରେ ଚଳାଇଲେ ଗାଡି । ବଦଳିଲା ୧୫ ଟ୍ରେନର ଗତିପଥ । ଉତ୍ତରପ୍ରଦେଶର ଜଣେ ୩୪ ବର୍ଷୀୟ ମହିଳା ତେଲେଙ୍ଗାନାର ରଙ୍ଗା ରେଡ୍ଡୀ ଜିଲ୍ଲାରେ ରେଳ ଲାଇନରେ କାର ଚଳାଇଥିଲେ। ଯାହା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଯେଉଁଥିପାଇଁ ୧୫ ଟି ଟ୍ରେନର ଗତିପଥ ବଦଳିବାକୁ ପଡିଥିଲା । ଯାହାର ଭିଡିଓ ଏବେ ଭାଇରାଲ ହୋଇଛଛି ।
୧୩ ସେକେଣ୍ଡର ଭିଡିଓରେ ଦେଖାଯାଇଛି ଯେ ଏକ କିଆ ସୋନେଟ ଚାରିଚକିଆ ଗାଡି ରେଳପଥରେ ଚାଲୁଛି । ଅନ୍ୟ ଏକ ଭିଡିଓରେ ସ୍ଥାନୀୟ ବାସିନ୍ଦା, ରେଳ କର୍ମଚାରୀ ଏବଂ ପୁଲିସ ମହିଳାଙ୍କୁ କାରରୁ ବାହାର କରିବାକୁ ସଂଘର୍ଷ କରୁଥିବା ଦେଖାଯାଇଛି । କାର୍ରୁ ତାଙ୍କୁ ବାହାର କରି ତାଙ୍କ ହାତ ବାନ୍ଧିବା ପରେ, ସେ ହିନ୍ଦୀରେ "ମୋ ହାତ ଖୋଲ" ବୋଲି ଚିତ୍କାର କରୁଥିବା ଏକ ତୃତୀୟ ଭିଡିଓରେ ଶୁଣାଯାଇଛି ।