କନକ ବ୍ୟୁରୋ : ବେଆଇନ ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣରେ ମହିଳାଙ୍କ ମୃତ୍ୟୁ ପରେ ମୟୁରଭଞ୍ଜ ପୁଲିସର କାର୍ଯ୍ୟାନୁଷ୍ଠାନ । ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରୀପଡ଼ା ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତି ବେଳେ ପୁଲିସର ଅତର୍କିତ ଚଢ଼ଉ। ୫୦ ବସ୍ତା ଅଫୁଟା ବାଣ, ୫୦ କିଲୋଗ୍ରାମ ବାରୁଦ ସମେତ ବିପୁଳ ପରିମାଣରେ ବାଣ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି ପୁଲିସ । ଏହାସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବାଛୁରୀପଡ଼ା ଗ୍ରାମର ଶ୍ରୀନିବାସ ସାହୁ ଓ ସନ୍ତୋଷ କୁମାର ସାହୁ । ବାଛୁରିପଡ଼ା ଅଞ୍ଚଳରେ ଥିବା ବିଭିନ୍ନ ଫାର୍ମ ହାଉସରେ ବେଆଇନ ବାଣ ଗଚ୍ଛିତ ରଖି ବାହାର ଅଞ୍ଚଳକୁ ପଠାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ପୁଲିସ ଚଢ଼ାଉ କରିଥିଲା । ଆଗକୁ ମା' ଦୁର୍ଗାଙ୍କ ପୂଜା ଓ ଦୀପାବଳି ଆସୁଥିବା ଯୋଗୁ ଏହି ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତି କାରବାର ଜୋର ଧରିଛି ।
ଅନ୍ୟପଟେ ସାରା ଦେଶରୁ ହେଉ ବାଣ ନିଷେଧ। ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେବା ପରେ ସବୁଠି ବାଣ ଓ ପରମ୍ପରାକୁ ନେଇ ଚର୍ଚ୍ଚା । ପରମ୍ପରା ଆଳରେ ବାଣ ନଫୁଟାଇବାକୁ ଅନେକ ଯୁକ୍ତି ବାଢୁଥିବାବେଳେ ସରକାର ସବୁଜ ବାଣ ବିକ୍ରି କରିବାକୁ ଦାବି ଉଠିଲାଣି। ଏହାରି ଭିତରେ ପୁରୀ ଚନ୍ଦନ ଯାତ୍ରା ବାଣ ବିସ୍ଫୋରଣକୁ ମନେ ପକାଇଛନ୍ତି ପୀଡ଼ିତଙ୍କ ପରିବାରଲୋକ ।