କନକବ୍ୟୁରୋ : ସାରା ରାତି ଜଙ୍ଗଲରେ ଧାରଣା । ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ପ୍ରତିବାଦରେ ଧାରଣା ଦେଇଛନ୍ତି ଗ୍ରାମବାସୀ । କ୍ଷତିପୂରଣ ଦାବିରେ ଶୀତ କାକରରେ ଧାରଣାରେ ବସିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଲକ୍ଷ୍ମୀପୁର ବଡଶଙ୍ଖା ଗାଁରେ । ବୁଧବାର ସଂଧ୍ୟାରେ ଗାଁରେ ଜଣେ ମହିଳା ମଇଁଷି ଖୋଜିବାକୁ ଯାଇଥିବା ବେଳେ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ ।
ଅଧିକ ପଢନ୍ତୁ ... ଢେଙ୍କାନାଳ ଯୋରନ୍ଦାରେ ଆଜିଠୁ ମହିମା ମେଳା : ସୂର୍ଯ୍ୟାସ୍ତ ପରେ ଗାଦି ମନ୍ଦିରର ଚାରି ଦୁଆରେ ଜଳିବ ୧୦୮ ଝାଡ଼
ମୃତକଙ୍କ ନାଁ ସରସ୍ବତୀ ପ୍ରେପେକା । ବହୁ ଖୋଜାଖୋଜି ପରେ ପରିବାର ଲୋକେ ତାଙ୍କ ମୃତଦେହ ପାଇଥିଲେ । ଏହା ପରେ ଗ୍ରାମବାସୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଭୂମି ଠାରୁ ମାତ୍ର ୪ ଫୁଟ ଉଚ୍ଚରେ ୩୩ କେଭି ବିଦ୍ୟୁତ୍ ତାର ଓହଳି ରହିଥିବାରୁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ଏଥିଲାଗି ବିଦ୍ୟୁତ୍ ବିଭାଗକୁ ଦାୟୀ କରିଛନ୍ତି ଲୋକେ ।..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/31/strike-2026-01-31-08-37-14.jpg)