YOUTUBE OPERATION Photograph: (KANAK NEWS)
କନକ ବ୍ୟୁରୋ: ୟୁଟ୍ୟୁବ ଦେଖି ଅପରେସନ୍ କଲେ, ଚାଲିଗଲା ଜୀବନ । ଉତ୍ତରପ୍ରଦେଶ ବାରବାଙ୍କିରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେଠାରେ ଦୁଇ କକା ପୁତୁରା ମିଶି ୟୁଟ୍ୟୁବ୍ ଦେଖି ଅପରେସନ୍ କରିବା ପରେ ଜଣେ ମହିଳାଙ୍କ ଜୀବନ ଯାଇଛି । ମିଳିଥିବା ସୂଚନା ଅନୁସାରେ, ଏକ ବେଆଇନ କ୍ଲିନିକ୍ ଚଳାଉଥିବା କକା ଏବଂ ପୁତୁରା ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ । ଆଉ ଏହି ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତେବେ ଛାନଭିନ୍ କରିବା ପରେ ଜ୍ଞାନ ପ୍ରକାଶ ମିଶ୍ର ନାମକ ଏହି ବ୍ୟକ୍ତିଜଣକ ଡିଗ୍ରି ବିନା କ୍ଲିନିକ୍ ଚଲାଉଥିଲେ ବୋଲି ଜଣାପଡ଼ିଛି। ତାଙ୍କ ପୁତୁରା ବିବେକ କୁମାର ମିଶ୍ର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଆଉ ଦୁହେଁ ୟୁଟ୍ୟୁବ୍ ଦେଖି ଅପରେସନ୍ କରିଥିବା ଜଣାପଡ଼ିଥିଲା ।
ଆହୁରି ପଢ଼ନ୍ତୁ : ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବଡ଼ ବୈଠକ : ନୂଆ ଟିମ୍ ସହ ବି ଏଲ ସନ୍ତୋଷଙ୍କ ରୁଦ୍ଧଦ୍ୱାର ମିଟିଂ
ଏହି ଘଟଣା ସାମ୍ନାକୁ ଆସିବା ପରେ ମୃତକଙ୍କ ପରିବାର ସଦସ୍ୟମାନେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିବା ଆରମ୍ଭ କରିଥିଲେ। ଆଉ ପ୍ରଶାସନ ପରିସ୍ଥିତିକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲା । ମିଳିଥିବା ସୂଚନା ଅନୁସାରେ, ତେହ ବାହାଦୁର ରାୱତଙ୍କ ପତ୍ନୀ ମୁନିଶ୍ରା ରାୱତ କିଡନିରେ ଷ୍ଟୋନ୍ ହୋଇଥିଲା । ଆଉ ସେ ଚିକିତ୍ସା ପାଇଁ ଏହି କକା ପୁତୁରାଙ୍କ କ୍ଲିନିକକୁ ଯାଇଥିଲେ । ଆଉ ଅପରେସନ୍ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଗଲା। ତାଙ୍କର ଅନେକ ଶିରା କଟିଯାଇଥିଲା । ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।କୁହାଯାଉଛି ଯେ କକା ଏବଂ ପୁତୁରା ଟଙ୍କା ଦେଇ ଘଟଣାକୁ ଚପାଇବାକୁ ଚେଷ୍ଟା କରିଥିଲେ। ହେଲେ ଅସଲ କଥା କିନ୍ତୁ ଏବେ ସାମ୍ନାକୁ ଆସିଯାଇଛି ।
Follow Us