କନକ ବ୍ୟୁରୋ : ଭୁବନେଶ୍ବର ଏୟାରଫିଲଡ଼ ଥାନା ଲବଣଗିରିରେ ଚେନ ଝାମ୍ପିବା ବେଳେ ମହିଳାଙ୍କ ମୃତ୍ୟୁ ଘଟଣାରେ ଫେରାର ଥିବା ମୋଷ୍ଟ ୱାଣ୍ଟେଡ ଲୁଟେରାକୁ ବାନ୍ଧିଲା ପୁଲିସ । ଝାଡ଼ଖଣ୍ଡରୁ ଖସି ଆସି ବଡ଼ବିଲରେ ଲୁଚିଥିବା ବେଳେ, ଉଠାଇ ଆଣିଲା ଏୟାରଫିଲଡ ଥାନା । ଝାଡ଼ଖଣ୍ଡର ଏହି ପେସାଦାର ଅପରାଧୀକୁ ଏବେ ଭୁବନେଶ୍ୱର ଆଣାଯାଉଛି । ତା ନାଁରେ ମାଳମାଳ ମାମଲା ରହିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।
ତେବେ ଦୁଇ ଅଭିଯୁକ୍ତଙ୍କ ଭିତରୁ ଝିଙ୍ଗରୁକୁ ଗିରଫ କରାଯାଇଥିଲା, ହେଲେ ଗାଡ଼ି ଚଳାଉଥିବା ଅଭିଯୁକ୍ତ ଖସି ଯାଇଥିଲା । ୪ ଶହ ସିସିଟିଭି ଯାଞ୍ଚ ପରେ ଅଭିଯୁକ୍ତଙ୍କ ଟେର ପାଇଥିଲା ପୁଲିସ । ହରିରାଜପୁର ସୋମନାଥ ଦର୍ଶନ ବେଳେ ମହିଳା ୟୁ ବିଷ୍ଣୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା । ୧୩ ନଭେମ୍ବରରେ ଏହି ଚେନ୍ ସ୍ନାଚିଂ ଘଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/27/cPiqqH1D9axx60F81kmC.jpg)