ବସ୍ ଧକ୍କାରେ ମହିଳା ମୃତ, କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

Advertisment

ବସ ଧକ୍କାରେ ମହିଳାଙ୍କ ମୃତ । କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଭିଯୋଗ ଅନୁଯାଇ ବାଘମାରିରୁ ଖଣ୍ଡପଡା ଅଭିମୁଖେ ଯାଉଥିବା ଘରୋଇ ବସ କୁମାର କୋଦୁଅ ବେରେଣିରୁ ଭାପୁର ସଂଯୋଗ କରୁଥିବା କରଡାପଲ୍ଲୀ ଛକ ନିକଟରେ ଭାରସାମ୍ୟ ହରେଇ ମହିଳାଙ୍କୁ ଧକ୍କା ଦେଇଥିଲା

bus 1

କନକବ୍ୟୁରୋ: ବସ ଧକ୍କାରେ ମହିଳାଙ୍କ ମୃତ । କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ, ଅଭିଯୋଗ ଅନୁଯାଇ ବାଘମାରିରୁ ଖଣ୍ଡପଡା ଅଭିମୁଖେ ଯାଉଥିବା ଘରୋଇ ବସ କୁମାର ,କୋଦୁଅ ବେରେଣିରୁ ଭାପୁର ସଂଯୋଗ କରୁଥିବା କରଡାପଲ୍ଲୀ ଛକ ନିକଟରେ ଭାରସାମ୍ୟ ହରେଇ ମହିଳାଙ୍କୁ ଧକ୍କା ଦେଇଥିଲା, ବସକୁ ଅପେକ୍ଷା କରିଥିବା  ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।

ମୃତ ମହିଳା ଜଣଙ୍କ ହେଲେ କରଡ଼ାପଲ୍ଲୀ ଗ୍ରାମର ହୁଲ୍ଲାସୀ ବେହେରା, ବସ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ମହିଳାଙ୍କ ମୃତ୍ୟୁ ହେଇଥିବା ଅଭିଯୋଗ ଆଣି କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଛନ୍ତି, ଯାହାଫଳରେ ଯାତାୟତ ସମ୍ପୂର୍ଣ ଠପ ହେବା ସହ ରାସ୍ତାର ଦୁଇ ପାର୍ଶ୍ଵରେ ଅନେକ ଗାଡି ଛିଡା ହୋଇଛି,

ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି,ବସ ଟି ଦୁର୍ଘଟଣା  ଘଟାଇ ସେଠାରୁ ଆସି ଧଳାପଥର ଫାଣ୍ଡି ନିକଟ ରେ ଅଟକି ରହିଛି । ଖବର ପାଇଁ ଘଟଣା ସ୍ଥଳରେ ଫତେଗଡ ପୋଲିସ ପହଂଚି ଶବକୁ ଜବତ କରିବା ସହିତ ବସ ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଲାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe