କନକ ବ୍ୟୁରୋ: ଥାନାରୁ ନ୍ୟାୟ ନପାଇବାରୁ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ। ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିନେଲେ ପୋଲିସ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁରୁ ଏହି ଖବର ଆସିଛି। ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହିନପାରି ବାରମ୍ଵାର ସଦର ଥାନା ଓ ଟାଉନ ଥାନା ଯାଇଥିଲେ ମହିଳା ଜଣକ। ହେଲେ, କେହି ତାଙ୍କ କଥା ଶୁଣିନଥିଲେ। ଶେଷରେ ଅତିଷ୍ଠ ହୋଇପଡିଥିଲେ। ଆଜି ସାଙ୍ଗରେ ଏକ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଓ ଡିଆସିଲି ଆଣି ଏସ୍‌ପିଙ୍କ ଅଫିସ୍ ପରିସରରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିଲେ। କାହିଁକି ଉଭୟ ସଦର ଓ ଟାଉନ୍ ଥାନା ଅଧିକାରୀ ଶୁଣିନଥିଲେ, ସେ ସମ୍ପର୍କରେ ଦୁଇ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରୁଛନ୍ତି ଢେଙ୍କାନାଳ ଏସପି ।