କନକ ବ୍ୟୁରୋ : ଘରକୁ ମାଡ଼ି ଆସିଲା ଜଙ୍ଗଲ ନିଆଁ । ନିଆଁକୁ ଲିଭାଇବାକୁ ଯାଇ ମହିଳା ଜୀବନ୍ତ ଦଗ୍ଧ । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ଗୋବରୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଲେ ଗୋବରୀ ଗାଁର ବୁଧିନି ମହାନ୍ତ । ଘର ପାଖକୁ ନିଆଁ ମାଡି ଆସୁଥିବା ଦେଖି କେନାଲ ହୁଡ଼ାରେ ନିଆଁ ଲିଭାଉଥିଲେ ବୁଧୁନି ମହାନ୍ତ । ତେବେ ଗୋଡ଼ ଖସି ଯିବାରୁ ନିଆଁ ଆଁରେ ଜଳିଯାଇଛନ୍ତି ।

Advertisment

ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା । ଆଜି ସମ୍ବଲପୁର ରାଜ୍ୟର ଉତ୍ତପ୍ତ ହୋଇଛି । ଅପରାହ୍ଣ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ତାପମାତ୍ର ୩୯ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୩୮.୬ ଡିଗ୍ରୀ, ହୀରାକୁଦରେ ୩୭.୬ ଡିଗ୍ରୀ, କେନ୍ଦୁଝର ୩୬.୪ ଡିଗ୍ରୀ, ଚାନ୍ଦବାଲି ୩୬.୪ ଡିଗ୍ରୀ ଏବଂ ଭୁବନେଶ୍ୱର ୩୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଆସନ୍ତା ୧୯ ତାରିଖରୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୯ରୁ ୨୨ ତାରିଖ ମଧ୍ୟରେ କାଳବୈଶାଖୀ ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ବିଶେଷକରି ୨୦ରୁ ୨୨ ମଧ୍ୟରେ କାଳବୈଶାଖୀର ଅଧିକ ପ୍ରଭାବ ରହିବ ।