ଗୁଣି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା । ଉମରକୋଟ ନାଗଡ଼ସିଲ ଗାଁରେ ଉତ୍ତେଜନା ।

Advertisment

ମହିଳାଙ୍କ ଗୁଣିରେ ୧୪ ବର୍ଷ ପୁଅର ମୃତ୍ୟୁ ହୋଇଥିବା ସନ୍ଦେହ କରି ବାପାର ନାରକୀୟ କାଣ୍ଡ ।

ମହିଳାଙ୍କ ଗୁଣିରେ ୧୪ ବର୍ଷ ପୁଅର ମୃତ୍ୟୁ ହୋଇଥିବା ସନ୍ଦେହ କରି ବାପାର ନାରକୀୟ କାଣ୍ଡ ।

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଗୁଣି ସନ୍ଦେହରେ ମହିଳାଙ୍କୁ ହତ୍ୟା

କନକ ବ୍ୟୁରୋ :  ଗୁଣି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ନାଗଡ଼ସିଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ବାର୍ସ ସାନ୍ତା। ତାଙ୍କୁ ଗାଁର ମଦ ସାନ୍ତା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।

ମଦ ସାନ୍ତାଙ୍କ ୧୪ ବର୍ଷର ପୁଅ ବନି ସାନ୍ତା ୪ ବର୍ଷ ହେଲା ଅସୁସ୍ଥ ଥିଲେ। ଆଜି ସକାଳୁ ମୃତ୍ୟୁ ହୋଇଥିଲା। ବାର୍ସ ସାନ୍ତା ଗୁଣି କରି ତାଙ୍କ ପୁଅକୁ ମାରି ଦେଇଥିବା ସନ୍ଦେହ କରି ବାପା ଏଭଳି ନାରକୀୟ କାଣ୍ଡ ଘଟାଇଛି। ମହିଳାଙ୍କ ହତ୍ୟାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe