କନକ ବ୍ୟୁରୋ : ଗୁଣି ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ବୀଭତ୍ସ ହତ୍ୟା। ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ନାଗଡ଼ସିଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ବାର୍ସ ସାନ୍ତା। ତାଙ୍କୁ ଗାଁର ମଦ ସାନ୍ତା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ।
ମଦ ସାନ୍ତାଙ୍କ ୧୪ ବର୍ଷର ପୁଅ ବନି ସାନ୍ତା ୪ ବର୍ଷ ହେଲା ଅସୁସ୍ଥ ଥିଲେ। ଆଜି ସକାଳୁ ମୃତ୍ୟୁ ହୋଇଥିଲା। ବାର୍ସ ସାନ୍ତା ଗୁଣି କରି ତାଙ୍କ ପୁଅକୁ ମାରି ଦେଇଥିବା ସନ୍ଦେହ କରି ବାପା ଏଭଳି ନାରକୀୟ କାଣ୍ଡ ଘଟାଇଛି। ମହିଳାଙ୍କ ହତ୍ୟାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/02/21/X4tp6QRXjYi9KzJ2p90O.jpg)