କନକବ୍ୟୁରୋ : ଜମି ବଡି ବିବାଦରୁ ମହିଳାଙ୍କୁ ନିର୍ମମ ମାଡ଼ ଅଭିଯୋଗ ।  କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଦିହମୁଗବଡ଼ି ଗାଁରୁ ଆସିଲା ଚିତ୍ର । ଜମି ବିବାଦକୁ କେନ୍ଦ୍ର କରି ଦିଅର ଓ ଶାଶୂ ମିଶି ବୋହୂକୁ ରାସ୍ତା ଉପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି  ।  ମାଡ଼ ମରାଯାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି  ।  ଘଟଣା ପରେ ନିକିରାଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ।  ଅଭିଯୋଗ ଅନୁସାରେ, ତାଙ୍କ ସ୍ଵାମୀ ବିଦେଶରେ କାମ କାମ କରନ୍ତି। ଦିଅର ଯଶୋବନ୍ତ ଜେନାଙ୍କ ସହ ତାଙ୍କର ଜମିବାଡ଼ି ବିବାଦ ଲାଗିରହିଥିଲା   । 

Advertisment

ତେବେ ବିବାଦ ସେତେବେଳେ ତେଜିଥିଲା ,  ଯେତେବେଳେ ଧାନ ଜମିରେ ଚାଷ ପାଇଁ ଜିଦ୍ ଧରିଥିଲେ ମହିଳାଙ୍କ ଦିଅର ।  ରାଜି ନହେବାରୁ ଏକ ଲୁହା ରଡ୍‌ରେ ରାସ୍ତାରେ ମହିଳାଙ୍କୁ ପିଟିଥିଲେ  ।   କଳେବଳେ କୌଶଳେ ମହିଳା ଜଣକ ଜୀବନ ଦୌଡ଼ି ପଳାଇଥିଲେ। ମହିଳାଙ୍କ ମୁଣ୍ଡ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ନିକିରାଇ ଥାନାରେ ଦିଅର ଓ ଶାଶୂଙ୍କ ବିରୋଧରେ ଏତଲା ଦେଇଛନ୍ତି ମହିଳା  ।