ଢେଙ୍କାନାଳରେ ଏସପି ଅଫିସ ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ ଘଟଣା, ୨ ସବଇନସ୍ପେକ୍ଟର ନିଲମ୍ବିତ

କାର୍ଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଂପୃକ୍ତ ମହିଳାଙ୍କୁ  ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିନେଇଥିଲେ ପୋଲିସ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁରୁ ଏହି ଖବର ଆସିଥିଲା ।

230825_AVO_DHENKANALA SUICIDE ATTEMPED_PAB.00_20_36_17.Still001

Photograph: (kanak news)

କନକ ବ୍ୟୁରୋ: ଢେଙ୍କାନାଳରେ ଥାନାରୁ ନ୍ୟାୟ ନପାଇବାରୁ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ୨ଜଣ ସବଇନସ୍ପ୍ଟେକ୍ଟର ନିଲମ୍ୱିତ ହୋଇଛନ୍ତି । ଏମାନେ ହେଲେ ସଦର ଥାନାର ସବ ଇସ୍ପେକ୍ଟର  ରେଜାଲିନ ମିଞ୍ଜ ଓ ଟାଉନ ଥାନାର ସବଇନସ୍ପେକ୍ଟର ଉତ୍କଳ ବିଜୟ ମହାନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସଂପୃକ୍ତ ମହିଳାଙ୍କୁ  ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିନେଇଥିଲେ ପୋଲିସ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ଗାଁରୁ ଏହି ଖବର ଆସିଥିଲା । ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହିନପାରି ବାରମ୍ଵାର ସଦର ଥାନା ଓ ଟାଉନ ଥାନା ଯାଇଥିଲେ ମହିଳା । ହେଲେ, କେହି ତାଙ୍କ କଥା ଶୁଣିନଥିଲେ। ଶେଷରେ ଅତିଷ୍ଠ ହୋଇପଡିଥିଲେ। ଆଜି ସାଙ୍ଗରେ ଏକ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଓ ଡିଆସିଲି ଆଣି ଏସ୍‌ପିଙ୍କ ଅଫିସ୍ ପରିସରରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିଲେ। କାହିଁକି ଉଭୟ ସଦର ଓ ଟାଉନ୍ ଥାନା ଅଧିକାରୀ ଶୁଣିନଥିଲେ, ସେ ସମ୍ପର୍କରେ ଦୁଇ ଥାନାର ଅଧିକାରୀଙ୍କୁ ଅଫିସକୁ ଡାକି ତନାଘନା କରିଥିଲେ ଢେଙ୍କାନାଳ ଏସପି । ଏହାପରେ ଏହି କାର୍ଯ୍ୟନୁଷ୍ଠାନ ନିଆଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe