କନକବ୍ୟୁରୋ : ଢେଙ୍କାନାଳ ଏସପିଙ୍କ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ। ୨ଜଣ ସବଇନସ୍ପ୍ଟେକ୍ଟରଙ୍କୁ ନିଲମ୍ୱିତ କରିଛନ୍ତି ଏସପି ଅଭିନବ ସୋନକର । ଏମାନେ ହେଲେ ସଦର ଥାନାର ସବ ଇନସ୍ପେକ୍ଟର ରୋଜାଲିନ ମିଞ୍ଜ ଓ ଟାଉନ ଥାନାର ସବଇନସ୍ପେକ୍ଟର ଉତ୍କଳ ବିଜୟ ମହାନ୍ତି । କାର୍ଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ଢେଙ୍କାନାଳ ସଦର ଥାନା ଅଙ୍କରାନ୍ତିପୁର ଗାଁର ସଂପୃକ୍ତ ମହିଳା ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ ବେଳେ କାବୁ କରିନେଇଥିଲେ ପୋଲିସ । ସମ୍ପର୍କୀୟ ଦିଅରଙ୍କ ମାନସିକ ନିର୍ଯାତନା ସହିନପାରି ବାରମ୍ଵାର ସଦର ଥାନା ଓ ଟାଉନ ଥାନା ଯାଇଥିଲେ। ହେଲେ କେହି ତାଙ୍କ କଥା ଶୁଣିନଥିଲେ । ଶେଷରେ ଅତିଷ୍ଠ ହୋଇପଡିଥିଲେ । ସାଙ୍ଗରେ ଏକ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ଓ ଡିଆସିଲି ଆଣି ଏସ୍ପିଙ୍କ ଅଫିସ୍ ପରିସରରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରିଥିଲେ ।