ଖଲ୍ଲିକୋଟ ରାମଚନ୍ଦ୍ରପୁର ଗାଁରେ ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଆକ୍ରମଣ : ଘଟଣାସ୍ଥଳରେ ପୁଲିସର ତଦନ୍ତ ଆରମ୍ଭ

ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଛୁରୀରେ ଆକ୍ରମଣ ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ରାମଚନ୍ଦ୍ରପୁର ଗାଁରେ ଏପରି ଘଟଣା ଘଟିଛି ।

KHOLIKOT

Photograph: (KANAKNEWS)

କନକବ୍ୟୁରୋ : ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଛୁରୀରେ ଆକ୍ରମଣ ।  ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳର ରାମଚନ୍ଦ୍ରପୁର ଗାଁରେ ଏପରି ଘଟଣା ଘଟିଛି । ଆକ୍ରମଣରେ ରାମଚନ୍ଦ୍ରପୁର ଗ୍ରାମର ଗେଲି ତରାଇ ନାମକ ମହିଳା ଗୁରୁତର ହୋଇଛନ୍ତି  ।  ୪ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବାର ସୂଚନା ମିଳିଛି  । ମହିଳା ଜଣକ ପରିସ୍ରା କରିବା ପାଇଁ ବାହାରକୁ ବାହାରିବା ସମୟରେ ପୂର୍ବରୁ ଜଗି ରହିଥିବା ୪ଜଣ ଯୁବକ ଅତର୍କିତ ଆକ୍ରମଣ କରିଥିଲେ  ।

ଆକ୍ରମଣର କାରଣ ଜଣାପଡ଼ି ନାହିଁ  । ପୂର୍ବରୁ ମଧ୍ୟ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରାଯାଇଥିଲା ବୋଲି ମହିଳାଙ୍କ ପରିବାର କହିଛନ୍ତି । ଗୁରୁତର ମହିଳାଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି  । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । 
---
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe