କନକ ବ୍ୟୁରୋ: ଯାଜପୁର ବିଞ୍ଝାରପୁରରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ଘଟଣାରେ କେବେ ହେବ କାର୍ୟ୍ୟାନୁଷ୍ଠାନ। ମୁଖ୍ୟ କାର୍ପଟଦାର ସରପଞ୍ଚଙ୍କ ସ୍ୱାମୀଙ୍କୁ ବାନ୍ଧିବ କି ପୁଲିସ ?
ପୀଡ଼ିତାଙ୍କ ସ୍ୱାମୀ ଆରଟିଆଇରେ ତଥ୍ୟ ମାଗିଥିବାରୁ ଗାଁ ଦାଣ୍ଡରେ ସ୍ତ୍ରୀଙ୍କୁ ନିର୍ଧୁମ ମାଡ଼ ମରାଯାଇଥିଲା । ମହିଳାଙ୍କ ଚୁଟିକୁ ଧରି ଘୋଷାଡ଼ି ଘୋଷାଡ଼ି ଗାଁ ଦାଣ୍ଡରେ ମାଡ଼ ମାରିଥିଲେ। ଏକାଧିକ ଯୁବକ ମାଡ଼ ମାରିବା ସହ ଠେଲାପେଲା କରିଥିଲେ। ସାଂଘାତିକ କଥା ହେଉଛି ବିଜେଡି ନେତ୍ରୀଙ୍କ ସହଯୋଗୀଙ୍କ ନେତୃତ୍ୱରେ ଏହି ଅତ୍ୟାଚାର ଚାଲିଥିଲା। ଏହା କେଉଁ ଉପାନ୍ତ ନୁହେଁ ଉପକୂଳ ଓଡ଼ିଶାର ଚିତ୍ର ।
ନାରୀକୁ ସମ୍ମାନର କଥା କୁହାଯାଉଥିବା ରାଜ୍ୟରେ ନାରୀଙ୍କ ଉପରେ କେମିତି ଅତ୍ୟାଚାର ଚାଲିଛି ତାହା ଏବେ ଆପଣଙ୍କ ସାମ୍ନାରେ । ଯାଜପୁର ବିଞ୍ଝାରପୁର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଦଶରଥପୁର ବ୍ଲକ ରହସୋଈ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି। ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାମରେ ଦୁର୍ନୀତି ହେଉଥିବା ଜାଣି ବିରୋଧ କରିବା ସହ ଆରଟିଆଇ ରିପୋର୍ଟ ମାଗିଥିଲେ । ଏହାପରେ ବ୍ଲକ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଞ୍ଚାୟତ ସ୍ତରରେ କିଛି କାମକୁ ବନ୍ଦ କରିଦେଇଛନ୍ତି । କାମ ବନ୍ଦ ହୋଇଯିବାରୁ କାମ କରୁଥିବା ବ୍ୟକ୍ତି ଆକ୍ରୋଶମୂଳକ ଭାବେ ବାରମ୍ବାର ଅଶୋକଙ୍କୁ ଗାଳିଗୁଲଜ କରନ୍ତି । ଗୁରୁବାର ସନ୍ଧ୍ୟାରେ ପାଟିତୁଣ୍ଡ କରିଥିଲେ । ଶୁକ୍ରବାର ଦିନ ଦ୍ୱିପହରରେ କିଛି ଯୁବକ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ଅଶୋକ ପତି ଏବଂ ତାଙ୍କ ସ୍ତ୍ରୀଙ୍କୁ ଉଦ୍ଧାର କରିଥିଲା। ଏହି ଘଟଣାରେ ଦଶରଥପୁର ଥାନାରେ ଦୁଇ ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି। ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/09/RTJct66hMLYIr4OI3KTt.jpg)