କନକ ବ୍ୟୁରୋ;  ବାଲେଶ୍ବର ବାଲିଆପାଳ ଥାନା ତାହାଳିଆ ଗାଁରୁ ଆସିଲା ଛାତିଥରା ଘଟଣା । ମହିଳାଙ୍କୁ ମାଡ଼ ମାରିଲେ ଗାଁର ୪ ଜଣ ଯୁବକ। ପ୍ରମାଣ ପାଇଁ ନାବାଳିକା ଝିଅ ମାଡ଼ ମାରିବା ସମୟର ଭିଡିଓ କରିବାରୁ ତାକୁ ମଧ୍ୟ ଛାଡ଼ିଲେନି। ନିର୍ଘାତ ମାଡ଼ ମାରି ମାଆ ଓ ଝିଅଙ୍କୁ ଲହୁଲୁହାଣ କରିଦେଇଛନ୍ତି ୪ ଜଣ ସୈତାନ। ନାବାଳିକାଙ୍କ ଛାତି, ପେଟ ଏବଂ ବେକରେ ଲାଗିଛି ଗଭିର ଆଘାତ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।

Advertisment

ପାଣି ଆଣିବାକୁ ଯାଇଥିବା ବେଳେ ଟ୍ୟୁବଲ ପାଖରେ ଅଳିଆ ପଡ଼ିଥିବା ଦେଖି ପ୍ରଶ୍ନ କରିଥିଲେ ସବିତା । ଯାହାପରେ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ନେଇ ସବିତା ଓ ତାଙ୍କ ଝିଅ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗାଁର ଭୁବନ ଜେନା, ନିଳାମ୍ବର ଜେନା ,ପ୍ରିତମ ଜେନା ଏବଂ ଦିବ୍ୟ ରଞ୍ଜନ ଜେନାଙ୍କ ନାଁରେ ଏତଲା ହୋଇଛି। ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୁଲିସ ତଦନ୍ତ ଆରମ୍ଭ କରିଛି ।