କନକ ବ୍ୟୁରୋ : ପୁରୀ ନିମାପଡ଼ାରେ କଙ୍ଗାରୁ କୋର୍ଟ ଘଟଣାରେ କାର୍ଯ୍ୟାନୁଷ୍ଠାନ । ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅର୍ଦ୍ଧ ନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇବାକୁ ନେଇ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଓ ତାଙ୍କ ସାଙ୍ଗ ଗିରଫ । ଭିଡିଓ ଭାଇରାଲ ପରେ ଶିକ୍ଷୟିତ୍ରୀଙ୍କ ସ୍ବାମୀଙ୍କୁ ତାଙ୍କ ନିମାପଡ଼ା ପୁଲିସ ଗିରଫ କରିଛି । ମଙ୍ଗଳବାର ରାତିରେ ପୁରୁଷ ବନ୍ଧୁଙ୍କ ସହ ସ୍ତ୍ରୀଙ୍କୁ ଧରି ମାଡ଼ ମାରିଲେ ସ୍ବାମୀ । ବେକରେ ମାଳ ପକାଇ ରାସ୍ତାରେ ବୁଲାଇଲେ । ପରକିୟା ପ୍ରୀତି ଅଭିଯୋଗ ପରେ ସ୍ତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଧରି ଥାନାକୁ ନେଲେ ସ୍ବାମୀ ।
ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷୟତ୍ରୀ ନିମାପଡ଼ା ଥାନା ନିକଟରେ ଏକ ସାହିରେ ଭଡ଼ା ଘରେ ରହୁଥିଲେ । ତାଙ୍କର ସ୍ବାମୀଙ୍କ ସହ କିଛି ବିବାଦ ଥିବାରୁ ସ୍ବାମୀ ସ୍ତ୍ରୀ ଏକାଠି ରହୁନଥିଲେ । ମହିଳା ଜଣଙ୍କ ଶିକ୍ଷୟତ୍ରୀ ହୋଇଥିବାବେଳେ ପୁରୁଷ ଜଣଙ୍କ ଶିକ୍ଷକ ନେତା ହୋଇଥିବା ଜଣାପଡ଼ିଛି । ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ସମୟରେ ଧରିବାବେଳେ ସ୍ବାମୀ ଓ ତାଙ୍କ ସାଙ୍ଗମାନେ ମିଶି ଦୁଇଜଣଙ୍କୁ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ବେକରେ ମାଳ ପକାଇ ଥାନାକୁ ଚଲାଇ ଚଲାଇ ନେଇଥିଲେ । ଥାନା ଅଧିକାରୀ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ପ୍ରକ୍ରିୟା ଚଳାଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/09/11/22-2025-09-11-10-35-54.jpg)