କନକ ବ୍ୟୁରୋ: ଅଡୁଆରେ କୋହଲିଙ୍କ ଆଇପିଏଲ ସାଥୀ ଖେଳାଳି । ଆରସିବି ପକ୍ଷରୁ ଖେଳୁଥିବା ଦ୍ରୁତ ବୋଲର ୟସ୍ ଦୟାଲଙ୍କ ଅଡୁଆ ବଢିଛି । ବିବାଦ ଘେରକୁ ଆସିଛନ୍ତି କୋହଲିଙ୍କ  ଆରସିବି ଟିମମେଟ୍ । ଯାହା ୟସ୍ ଦୟାଲଙ୍କ ପାଇଁ ଆଗକୁ ବଡ ଅଡୁଆ ସୃଷ୍ଟି କରିପାରେ । ଗାଜିଆବାଦର ଜଣେ ଯୁବତୀ ୟସ୍‌ଙ୍କ ନାଁର ଶାରୀରିକ ଓ ମାନସିକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏନେଇ ପୋର୍ଟାଲ ଜରିଆରେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି । 

Advertisment

ଅଡ଼ୁଆରେ କୋହଲିଙ୍କ ସାଥୀ ଖେଳାଳି  
ଆରସିବି ଖେଳାଳୀ ୟସ୍ ଦୟାଲଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ
ଗାଜିଆବାଦର ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ଅନଲାଇନ୍ ଅଭିଯୋଗ ପ୍ରକୋଷ୍ଠରେ ଜଣାଇଛନ୍ତି 
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାମଲାର ରିପୋର୍ଟ ମାଗିଛି 
୨୧ ଜୁଲାଇ ସୁଦ୍ଧା ମାମଲାର ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି 
ଗତ ୧୪ ଜୁନ୍‌ରେ ଯୁବତୀ ମହିଳା ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିଥିଲେ 
ଗତ ୫ ବର୍ଷ ଧରି ୟସ୍ ଦୟାଲଙ୍କ ସହ ସର୍ମ୍ପକରେ ଥିବା କହିଛନ୍ତି ଯୁବତୀ
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ଓ ମାନସିକ ଶୋଷଣ କରିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଠାରୁ ନ୍ୟାୟ ଭିକ୍ଷା କରିଛନ୍ତି ଯୁବତୀ 
ୟସ୍ ଦୟାଲଙ୍କ ପରିବାର ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ
ପୋଲିସ ପକ୍ଷରୁ ପ୍ରାଥମିକ ଯାଞ୍ଚ ଆରମ୍ଭ ହୋଇଛି 
ଯୁବତୀଙ୍କ ଅଭିଯୋଗର ପ୍ରତିଟି ଦିଗର ଛାନଭିନ୍ କରୁଛି ପୋଲିସ
ଯୁବତୀଙ୍କ ଅଭିଯୋଗ ପ୍ରମାଣିତ ହେଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ
ଆଇପିଏଲରେ ଆରସିବି ପକ୍ଷରୁ ଖେଳୁଛନ୍ତି ୟସ୍ ଦୟାଲ
ଚଳିତଥର ଆଇପିଏଲ ଚାମ୍ପିୟନ ହୋଇଥିଲା ଆରସିବି