କନକ ବ୍ୟୁରୋ : କୋରାପୁଟ ଦଶମନ୍ତପୁର ବ୍ଲକ କଙ୍କଡାପୁଟ ସତସେବା ସ୍ୱୟଂ ସହାୟକ ଗୋଷ୍ଠୀର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ମାନେ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଏସଡିପିଓ , ସଦର ଥାନା ଅଧିକାରୀ , ଦଶମନ୍ତପୁର ବିଡ଼ିଓ , ଯୋଗାଣ ଅଧିକାରୀଙ୍କ ସମେତ ଅନ୍ୟାନ ଅଧିକାରୀ ଓ ଦୁଇ ପକ୍ଷକୁ ଡାକି ଅଭିଯୋଗ ଶୁଣାଣି କରିଛନ୍ତି । ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ କହିଛନ୍ତି ।

Advertisment

ଅଭିଯୋଗ ଅନୁସାରେ ଗତ ୨୦୦୨ ମସିହାରୁ ସେମାନେ କାମ କରି ଆସୁଛନ୍ତି । ମହିଳା ମାନେ ଲେଖା ପଢା ଜାଣି ନଥିବାରୁ ସେହି ଗାଁର ସୋନୁ କନ୍ଧପାନଙ୍କୁ ଦାୟିତ୍ଵ ଦେଇଥିଲେ । ସ୍ୱୟଂ ସହାୟକ ସଙ୍ଘର ସଭାପତି , ସମ୍ପାଦକ ଓ ଗାଁର ଆଉ ଜଣେ ବ୍ୟକ୍ତି ଚଞ୍ଚକତା କରି ସବୁ ପଇସା ହଡପ କରିଥିବା ଅଭିଯୋଗ ହୋଇଛି । ଏହା ଜାଣିବା ପରେ ସଭାପତି ଓ ସମ୍ପାଦକ ପରିବର୍ତ୍ତନ ନେଇ ମହିଳା ମାନେ ଦାବି କରିଥିଲେ । ଏନେଇ ପାଖାପାଖି ବର୍ଷେ ହେଲା ଏ ଅଫିସ ରୁ ସେ ଅଫିସକୁ ମହିଳା ମାନେ ଦୌଡ଼ିବା ପରେ ଶେଷରେ ନିରାଶ ହୋଇ କୋରାପୁଟ ଜ଼ିଲ୍ଲାପାଳ ଓ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ ।