କନକ ବ୍ୟୁରୋ : ବାରିପଦା ମୁଖ୍ୟ ଚିକିତ୍ସାଳୟରୁ ଆସିଛି ବଡ ଖବର । ପିଲା ଚୋରି କରୁଥିବା ସମୟରେ ଧରାପଡିଲେ ଅଭିଯୁକ୍ତ ମହିଳା । ସୂଚନା ଅନୁସାରେ ବାରିପଦା ୱାର୍ଡ ନମ୍ବର ୨୦, ଶୁନଗଡିଆ ଅଞ୍ଚଳର ଶେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହି ସମୟରେ ଦୁଇ ସନ୍ତାନଙ୍କୁ ଶେଖ ବେଡ ପାଖରେ ରଖି ପରିସ୍ରା ପାଇଁ ଯାଇଥିଲେ ସ୍ବାମୀ ଶେଖ । ତେବେ ଫେରିବା ପରେ ବେଡ ପାଖରେ ପିଲାଙ୍କୁ ପାଇନଥିଲେ ଓ ଏନେଇ ସର୍ମ୍ପକୀୟଙ୍କୁ ସୂଚନା ଦେଇଥିଲେ । ସବୁଆଡେ ଖୋଜିବା ପରେ ଡାକ୍ତରଖାନାର ଚତୁର୍ଥ ମହଲାରେ ଜଣେ ଅପରିଚିତ ମହିଳା ପିଲାଙ୍କୁ ନେଇ ଯାଉଥିବା ଦେଖିବାକୁ ପାଇଥିଲେ ଶେଖ କମରୁଦ୍ଦିନ । ସଙ୍ଗେ ସଙ୍ଗେ ପିଲାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ମହିଳାଙ୍କୁ ପୁଲିସ ଜିମା ଦେଇଥିଲେ । ବାରିପଦା ଟାଉନ ପୁଲିସଥାନାରେ ଅଟକ ରଖି ଅଭିଯୁକ୍ତ ମହିଳାଙ୍କୁ ଜେରା କରାଯାଉଛି । ଅଭିଯୁକ୍ତ ମହିଳାଙ୍କ ନାଁ ସଂଧ୍ୟାରାଣୀ ମହାନ୍ତି ଓ ସେ ରାସଗାବିନ୍ଦପୁର ଥାନା ଅନ୍ତର୍ଗତ ତୁଟାପଡା ଗ୍ରାମର ବୋଲି ଜଣାପଡିଛି ।
ପିଲା ଚୋରିକରିବାକୁ କରୁଥିଲା ଚେଷ୍ଟା;ଧରା ପଡିଲା ମହିଳା ଅଭିଯୁକ୍ତ
ପିଲା ଚୋରି କରୁଥିବା ସମୟରେ ଧରାପଡିଲେ ଅଭିଯୁକ୍ତ ମହିଳା । ସୂଚନା ଅନୁସାରେ ବାରିପଦା ୱାର୍ଡ ନମ୍ବର ୨୦, ଶୁନଗଡିଆ ଅଞ୍ଚଳର ଶେଖ କମରୁଦ୍ଦିନଙ୍କ ସ୍ତ୍ରୀ ତୃତୀୟ ସନ୍ତାନ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
/kanak/media/media_files/2025/03/09/qrJAo82MxHBfpQhxDXCj.jpg)