ମାତିଛି ଗଧିଆ ; ଦୁଇ ଦିନରେ ତିନି ଶିଶୁଙ୍କୁ କଲାଣି ଆକ୍ରମଣ, ସତର୍କ କଲା ବନବିଭାଗ

Advertisment

ଉତ୍ତରପ୍ରଦେଶ ବାହାରାଇଚରେ ଏବେ ବି ମାତିଛି ମଣିଷଖିଆ ଗଧିଆ । ଦୁଇ ଦିନରେ ତିନି ଶିଶୁଙ୍କୁ ମରାଣାନ୍ତକ ଆକ୍ରମଣ । ୫ ଗଧିଆ ଧରାପଡିବା ପରେ ମଧ୍ୟ କମୁନି ଆତଙ୍କ । ସତର୍କ ରହିବାକୁ ବନବିଭାଗର ପରାମର୍ଶ ।

ଉତ୍ତରପ୍ରଦେଶ ବାହାରାଇଚରେ ଏବେ ବି ମାତିଛି ମଣିଷଖିଆ ଗଧିଆ । ଦୁଇ ଦିନରେ ତିନି ଶିଶୁଙ୍କୁ ମରାଣାନ୍ତକ ଆକ୍ରମଣ । ୫ ଗଧିଆ ଧରାପଡିବା ପରେ ମଧ୍ୟ କମୁନି ଆତଙ୍କ । ସତର୍କ ରହିବାକୁ ବନବିଭାଗର ପରାମର୍ଶ ।

wolf menace

କନକ ବ୍ୟୁରୋ: ଉତ୍ତରପ୍ରଦେଶରେ ଗଧିଆ ଆକ୍ରମଣ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗାଁର ଲୋକମାନେ। ବାହରାଇଚରେ ଥମିବାର ନାଁ ନେଉନି । ଦୁଇ ଦିନରେ, ୩ ଶିଶୁଙ୍କୁ ମରାଣାନ୍ତକ ଆକ୍ରମଣ କରିଛି ଏହି ମଣିଷଖିଆ ଗଧିଆ । ବନ ବିଭାଗ ଗଧିଆ ଧରିବାରେ ବେଶ ତତ୍ପର ରହିଛି । ୫ ଗଧିଆ ଧରାପଡିବା ପରେ ବି ଥମୁନି ଭୟ। ସନ୍ଧ୍ୟା ହେଲେ ଗାଁରେ ଆତଙ୍କ ଖେଳିଯାଉଛି। 

ବନବିଭାଗ ବିଭିନ୍ନ ସ୍ଥାନରେ ଗଧିଆ ଧରିବାକୁ ଅପରେସନ ଜାରି ରଖିଛି । ତା ପରେ ବି ଗଧିଆ ଆକ୍ରମଣ ଥମିବାର ନାଁ ନେଉନି। ଗଧିଆ ଆକ୍ରମଣ ବଢୁଥିବା ବେଳେ ବନବିଭାଗ ପକ୍ଷରୁ ସତର୍କ ରହିବାକୁ ଗାଁର ଲୋକଙ୍କୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି।  ଗଧିଆ ଆକ୍ରମଣ ଥମୁନଥିବା ବେଳେ ଏବେ ପୁଣି ଜଣେ ମହିଳାଙ୍କୁ ଆକ୍ରମଣ କରିଛି ଗଧିଆ । ଗତକାଲି ବୁଧବାର ବିଳିମ୍ବିତ ରାତିରେ ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଆକ୍ରମଣ କରି ଗୁରୁତର କରିପକାଇଛି ଗଧିଆ।  ମହିଳାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe