ପୃଥିବୀକୁ ଫେରିଲା ଷ୍ଟାରଲାଇନର , ହେଲେ ଫେରିପାରିଲେନି ସୁନୀତା

Advertisment

ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠକୁ ଫେରିଲା ଷ୍ଚାରଲାଇନର। ଭୂ-ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାରଲାଇନର। କ୍ରୁ ମେମ୍ୱରଙ୍କ ବିନା ଫେରିଛି ଷ୍ଟାଲଲାଇନର। ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାରଲାଇନର।

ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠକୁ ଫେରିଲା ଷ୍ଚାରଲାଇନର। ଭୂ-ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାରଲାଇନର। କ୍ରୁ ମେମ୍ୱରଙ୍କ ବିନା ଫେରିଛି ଷ୍ଟାଲଲାଇନର। ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାରଲାଇନର।

sunita wi

କନକ ବ୍ୟୁରୋ : ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠକୁ ଫେରିଲା ଷ୍ଚାରଲାଇନର। ଭୂ-ପୃଷ୍ଠରେ ଲ୍ୟାଣ୍ଡିଂ କଲା ଷ୍ଟାରଲାଇନର। କ୍ରୁ ମେମ୍ୱରଙ୍କ ବିନା ଫେରିଛି ଷ୍ଟାଲଲାଇନର। ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଲ୍ୟାଣ୍ଡିଂ କରିଛି ଷ୍ଟାରଲାଇନର। ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଥିବା ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀଙ୍କୁ ମହାକାଶରେ ଛାଡି ଏକାକୀ ପୃଥିବୀ ପୃଷ୍ଠକୁ ଆଜି ଫେରିଛି। ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ଷ୍ଟାରଲାଇନର୍ ଆମେରିକାର ନ୍ୟୁ ମେକ୍ସିକୋ ଅଞ୍ଚଳରେ ଅବତରଣ କରିଛି। 

ଷ୍ଟାରଲାଇନର ମହାକାଶକୁ ଯାତ୍ରା କରିବା ବେଳେ ବୈଷୟିକ ତ୍ରୁଟି ଦେଖିବାକୁ ମିଳିଥିଲା। ଷ୍ଟାରଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ ଲିକକୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାରଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି। ଆଉ ଏବେ ମହାକାଶରେ ରହି ଯାଇଛନ୍ତି ସୁନିତା ଓ ତାଙ୍କ ସହଯୋଗୀ। ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନରେ ଅଛନ୍ତି ଦୁଇ ମହାକାଶଚାରୀ। 

ତେବେ ଆସନ୍ତାବର୍ଷ ଫେବ୍ରୁଆରୀରେ ନାସାର କ୍ରୁ-୯ ମିଶନରେ ଫୃଥିବୀକୁ ଫେରାଇଆଣିବାକୁ ଯୋଜନା ରହିଛି। ସୁନୀତା ୱିଲିୟମ୍ସ ଏବଂ ବୁରି ୱିଲମୋରଙ୍କୁ ସ୍ପେସ୍ ଷ୍ଟେସନରେ ୫ରୁ ୬ ମାସ ବିତାଇବାକୁ ପଡିବ। ତେବେ ମହାକାଶକୁ ଯିବା ପାଇଁ ଷ୍ଟାରଲାଇନ କମ୍ପାନୀର କ୍ୟାପସୁଲକୁ ବ୍ୟବହାର କରୁଛି ନାସା। ଏହି କ୍ରୁ ଫ୍ଲାଇଟ ସ୍ପେସକ୍ରାଫ୍ଟକୁ ବୋଇଂ ଡିଫେନ୍ସ ସ୍ପେସ ଆଣ୍ଡ କ୍ରାଫ୍ଟ ସିକ୍ୟୁରିଟି କମ୍ପାନୀ ପକ୍ଷରୁ ତିଆରି କରାଯାଛି। ଏହାର ଉଦ୍ଦେଶ୍ୟ ଥିଲା ସ୍ପେସ ଷ୍ଟେସନ ପର୍ୟ୍ୟନ୍ତ ମହାକାଶଚାରୀଙ୍କୁ ପହଞ୍ଚାଇ ପରବର୍ତ୍ତୀ ସମୟରେ ସେଠାରୁ ପୃଥିବୀପୃଷ୍ଠକୁ ଫେରାଇ ଆଣିବା। 

କେତେ ସୁରକ୍ଷିତ ଷ୍ଟାରଲାଇନର? 
୨୦୧୦ ମସିହାରେ ପ୍ରଥମଥର ପାଇଁ ଏହାର ମଡେଲ ପ୍ରସ୍ତୁତ ହୋଇଥିଲା
୨୦୧୧ ମସିହାରେ ଏହାକୁ ତିଆରି ପାଇଁ ସବୁଜ ସଙ୍କେତ ମିଳିଥିଲା
ଷ୍ଟାରଲାଇନର ତିଆରି ହେବାକୁ ପ୍ରାୟ ୭ ବର୍ଷ ସମୟ ଲାଗିଥିଲା
୨୦୧୭ ମସିହାରେ ଏହା ସମ୍ପୂର୍ଣ୍ଣ ହୋଇଥିଲା 
୨୦୧୯ରେ ଏହାକୁ ମହାକାଶକୁ ପଠାଯାଇଥିଲା
ମାନବରହିତ ଭାବରେ ଏହା ମହାକାଶରେ ପାଦ ଥାପିଥିଲା
୨୦୧୯ରେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା
୨୦୨୦ ମସିହାରେ ଏହାକୁ ଦ୍ୱିତୀୟ ଥର ମହାକାଶକୁ ପଠାଯାଇଥିଲା
ପୂର୍ବଥର ଭଳି ଏହା ବିଫଳ ହୋଇଥିଲା
୨୦୨୨ ମସିହାରେ କୃତ୍ରିମ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯାତ୍ରା କରିଥିଲା
୨୦୨୨ରେ ମଧ୍ୟ ଏହି ପରୀକ୍ଷଣ ବିଫଳ ହୋଇଥିଲା
ପରବର୍ତ୍ତୀ ସମୟରେ ଏହା ସ୍ପେସ ଷ୍ଟେସନରେ ପହଞ୍ଚି ପାରିଥିଲା
୭ ଅଗଷ୍ଟ ୨୦୨୩ରେ ସବୁ ତ୍ରୁଟି ଦୂର ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଥିଲା
୨୦୨୪ ଜୁନ ୫ରେ ମହାକାଶଚାରୀଙ୍କୁ ନେଇ ସ୍ପେସ୍‌ ଷ୍ଟସନରେ ପହଞ୍ଚିଥିଲା
ଏଠି ପ୍ରଶ୍ନ ଉଠୁଛି ଏତେ ତ୍ରୁଟି ପରେ କାହିଁକି ମହାକାଶ ଯାନ ଭାବେ ଏହି ଷ୍ଟାରଲାଇନ୍‌ ସ୍ପେସକ୍ରାଫ୍ଟକୁ ବ୍ୟବହାର କରାଗଲା। କାହିଁକି ମହାକାଶଚାରୀଙ୍କ ଜୀବନ ସହ ଖେଳ ଖେଳାଗଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe