କନକ ବ୍ୟୁରୋ : ଖାଲି ପଦବୀ ପୁରଣ ନକରି ଅତିରିକ୍ତ ପଦବୀ ସୃଷ୍ଟି କରୁଛି ଶ୍ରୀମନ୍ଦିର ପ୍ରଶାସନ। ନୂଆ ବା ଅତିରିକ୍ତ ପଦବୀ ମଞ୍ଜୁର ହେଲେ କିଏ ଭରଣା କରିବ ଅର୍ଥ, ସେନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ସ୍ପଷ୍ଟୀକରଣ ମାଗିଛି ଆଇନ ବିଭାଗ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖାଲି ପଡ଼ିଛି ପ୍ରାୟ ୩୩୫ ପଦବୀ । ଏହାକୁ ସରକାରୀ ସ୍ତରରେ ପୂରଣ ନକରି ଏହା ସମତୁଲ ପଦବୀ ସୃଷ୍ଟି କରିଛି ଶ୍ରୀମନ୍ଦିର ପ୍ରଶାସନ । ଖାଲି ପଡ଼ିଥିବା ୩ କିରାଣୀ ପଦବୀ ପୂରଣ ନକରି ୧୩ ଟି ଅତିରିକ୍ତ ବରିଷ୍ଠ କିରାଣୀ ପଦବୀ ସୃଷ୍ଟି କରି ପୂରଣ କରିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଏକାଧିକ କମାଣ୍ଡର, ରାଇଟର୍ସ,ବରିଷ୍ଠ କିରାଣୀ ଇତ୍ୟାଦି ପଦବୀ ସୃଷ୍ଟି କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଉପରେ ସ୍ପଷ୍ଟୀକରଣ ଲୋଡାଜିବା ସହ ଏହାର ଆବଶ୍ୟକତା ଓ ଯଥାର୍ଥତା କଣ ମଗାଯାଇଛି । ସିଫ୍ଟ ପାର୍ଟନର,ଡ୍ୟୁଟି ସିଡ୍ୟୁଲ,ସର୍ଭିସ୍ ବେଞ୍ଚମାର୍କ ଦୃଷ୍ଟିରୁ ନୂଆ ପିଲିଗ୍ରାମ ଆସିଷ୍ଟାଣ୍ଟ ପୋଷ୍ଟ ପୂରଣ ଆବଶ୍ୟକତା ଉପରେ ମଧ୍ୟ ସ୍ପଷ୍ଟ କରାଯାଉ ବୋଲି ଚିଠି ରେ ଉଲ୍ଲେଖ ରହିଛି । ପୂର୍ବରୁ ଖାଲିଥିବା ବରକନ୍ଦାଜ୍ ବା ଜେଟିପି ପୋଷ୍ଟଗୁଡ଼ିକ ପୂରଣ ନକରି ଏକ ପ୍ରାଇଭେଟ୍ ଏଜେନ୍ସି ମାଧ୍ୟମରେ ଜେଟିପି ସ୍କ୍ୱାର୍ଡ ନିଯୁକ୍ତି କରି ପୂର୍ବରୁ ସନ୍ଦେହ ଘେରରେ ରହିଛି ଶ୍ରୀମନ୍ଦିର ପ୍ରଶାସନ।
ଖାଲି ପଦବୀ ପୂରଣ ନକରି ଅତିରିକ୍ତ ପଦବୀ ସୃଷ୍ଟି କରୁଛି ଶ୍ରୀମନ୍ଦିର ପ୍ରଶାସନ, ଚିଠି କରି ସ୍ପଷ୍ଟୀକରଣ ମାଗିଲା ଆଇନ ବିଭାଗ
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖାଲି ପଡ଼ିଛି ପ୍ରାୟ ୩୩୫ ପଦବୀ । ଏହାକୁ ସରକାରୀ ସ୍ତରରେ ପୂରଣ ନକରି ଏହା ସମତୁଲ ପଦବୀ ସୃଷ୍ଟି କରିଛି ଶ୍ରୀମନ୍ଦିର ପ୍ରଶାସନ । ଖାଲି ପଡ଼ିଥିବା ୩ କିରାଣୀ ପଦବୀ ପୂରଣ ନକରି ୧୩ ଟି ଅତିରିକ୍ତ ବରିଷ୍ଠ କିରାଣୀ ପଦବୀ ସୃଷ୍ଟି କରି ପୂରଣ କରିବାକୁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
/kanak/media/media_files/2025/07/18/42-2025-07-18-19-56-17.jpg)