କନକ ବ୍ୟୁରୋ: ଆଜିଠୁ ବଦଳିଯିବ ଏଟିଏମ ଟ୍ରାଞ୍ଜାକ୍ସନ ନିୟମ । ଏଟିଏମରୁ ଏଣିକି ଟଙ୍କା ଉଠାଇବା ମହଙ୍ଗା ହେବ । ଅର୍ଥାତ୍ ଫ୍ରି ଲିମିଟରୁ ଅଧିକ ଥର ଟଙ୍କା ଉଠାଇଲେ ବ୍ୟାଙ୍କକୁ ଟଙ୍କା ଦେବାକୁ ପଡ଼ିବ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କକୁ ଫ୍ରି ଲିମିଟ ପରେ ଏଟିଏମ ସେବା ଚାର୍ଜ ବଢ଼ାଇବାକୁ ଅନୁମତି ଦେଇଛି । ନୂଆ ଗାଇଡଲାଇନ ଅନୁସାରେ ଗ୍ରାହକ ପ୍ରତି ମାସରେ ଏକ ନିଶ୍ଚିତ ସଂଖ୍ୟକ ଟ୍ରାଞ୍ଜାକ୍ସନ କରିପାରିବେ  ଅର୍ଥାତ ଟଙ୍କା ଉଠାଇ ପାରିବେ । ମେଟ୍ରୋ ସହରଗୁଡିକରେ  ଫ୍ରି ଟ୍ରାଞ୍ଜାକ୍ସନ ୩ଥର ରହିଥିବା ବେଳେ ସହରାଞ୍ଚଳରେ ୫ଥର ଫ୍ରିରେ ଟଙ୍କା ଉଠାଇ ପାରିବେ । ତେବେ ବଡ଼ କଥା ହେଉଛି ଏହି ଫ୍ରି ଟ୍ରାଞ୍ଜାକ୍ସନରେ ଫାଇନାନସିଆଲ ଓ ନନଫାଇନାନସିଆଲ ଆକ୍ଟିଭିଟିଜ ସାମିଲ ରହିଛି । ଏହାପରେ ଯଦି ଆପଣ ଏଟିଏମରୁ ଟଙ୍କା ଉଠାନ୍ତି ତେବେ ଆପଣଙ୍କୁ ଏଟିଏମ ଚାର୍ଜ ବାବଦକୁ ଟଙ୍କା ଗଣିବାକୁ ପଡ଼ିବ । 

ଏଟିଏମରୁ ଟଙ୍କା ଉଠାଣ ମହଙ୍ଗା  :

Advertisment

ଏଟିଏମରୁ ବାରମ୍ୱାର ଟଙ୍କା ଉଠାଇବା ଅଭ୍ୟାସ ଥିଲେ ବଦଳାନ୍ତୁ 
ନହେଲେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଗଣିବାକୁ ପଡ଼ିବ ଟଙ୍କା 
ଏଟିଏମ ଫ୍ରି ଟ୍ରାଞ୍ଜାକ୍ସନରୁ ଅଧିକ ହେଲେ ଚାର୍ଜ କଷିବ ବ୍ୟାଙ୍କ 
ମେଟ୍ରୋ ସିଟିରେ ୩ଟି ଫ୍ରି ଟ୍ରାଞ୍ଜାକ୍ସନ ପାଇବେ ଗ୍ରାହକ 
ଅର୍ଥାତ ୩ଟି ଟ୍ରାଞ୍ଜାକ୍ସନ ପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବନି 
ସହରାଞ୍ଚଳରେ ୫ଟି ଟ୍ରାଞ୍ଜାକସନ ଫ୍ରି ରହିଛି
ଟଙ୍କା ଉଠାଣ, ବାଲାନ୍ସ ଓ ମିନିଷ୍ଟେଟମେଣ୍ଟ ଟ୍ରାଞ୍ଜାକ୍ସନରେ ଗଣାହେବ 
ବିଭିନ୍ନ ବ୍ୟାଙ୍କ ନିଜ ଗ୍ରାହକଙ୍କ ପାଇଁ ଫ୍ରି ଟ୍ରାଞ୍ଜାକ୍ସନ ସଂଖ୍ୟା ଭିନ୍ନ ଭିନ୍ନ ରଖିଛନ୍ତି 
ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଟଙ୍କା ଗଣିବାକୁ ପଡ଼ିବ  
ପ୍ରତି ଟ୍ରାଞ୍ଜାକ୍ସନକୁ ଦେବାକୁ ପଡ଼ିବ ୨୩ ଟଙ୍କା