ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଅଭିଯାନ ଶେଷ । ବର୍ଷା ପାଇଁ ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ବାତିଲ ।

Advertisment

ସମ୍ମାନ ରକ୍ଷା ପାଇଁ ଥିଲା ଶେଷ ସୁଯୋଗ । ବିନା ବିଜୟରେ ଟ୍ରଫିରୁ ବିଦା ହେଲା ଦଳ ।

ସମ୍ମାନ ରକ୍ଷା ପାଇଁ ଥିଲା ଶେଷ ସୁଯୋଗ । ବିନା ବିଜୟରେ ଟ୍ରଫିରୁ ବିଦା ହେଲା ଦଳ ।

ପାକିସ୍ତାନ ଖାତାରେ ଶୂନ

ପାକିସ୍ତାନ ଖାତାରେ ଶୂନ Photograph: (kanakNews)

କନକ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଯାତ୍ରା ଶେଷ । ଆୟୋଜକ ହୋଇ ମଧ୍ୟ ଗୋଟିଏ ବି ମ୍ୟାଚ୍‌ ଜିତି ପାରିଲାନି ପାକିସ୍ତାନ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଦ୍ବିତୀୟ ମ୍ୟାଚରେ ଭାରତଠାରୁ ପରାସ୍ତ ହେବା ପରେ ସେମିଫାଇନାଲ ରେସରୁ ବିଦା ହୋଇଥିଲା । ଆଜି ବାଂଲାଦେଶ ବିପକ୍ଷରେ ଶେଷ ଲିଗ୍‌ ମ୍ୟାଚ୍‌ ଥିବା ବେଳେ ଏହା ବର୍ଷା ପାଇଁ ବାତିଲ ହୋଇଯାଇଛି । 

ତେଣୁ ପାକିସ୍ତାନର ଚାମ୍ପିୟନ ଟ୍ରଫି ଯାତ୍ରା ନିରାଶାରେ ଶେଷ ହୋଇଛି । ନିଜ ଦେଶରେ ନିଜ ଲୋକଙ୍କ ଆଗରେ ସମ୍ମାନ ରକ୍ଷା ପାଇଁ ପାକିସ୍ତାନ ଆଗରେ ଏହା ଶେଷ ସୁଯୋଗ ଥିଲା । ଏବେ ଏହି ଶେଷ ଆଶାଟି ନିରାଶାରେ ପରିଣତ ହୋଇଛି । ୨୯ ବର୍ଷ ପରେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ମାତ୍ର ୮ ଦିନ ଭିତରେ କୌଣସି ମ୍ୟାଚ୍‌ ନଜିତି ଅଭିଯାନ ଶେଷ କରିଛି ଦଳ । 


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe