କନକ ବ୍ୟୁରୋ: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଯାତ୍ରା ଶେଷ । ଆୟୋଜକ ହୋଇ ମଧ୍ୟ ଗୋଟିଏ ବି ମ୍ୟାଚ୍ ଜିତି ପାରିଲାନି ପାକିସ୍ତାନ । ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଦ୍ବିତୀୟ ମ୍ୟାଚରେ ଭାରତଠାରୁ ପରାସ୍ତ ହେବା ପରେ ସେମିଫାଇନାଲ ରେସରୁ ବିଦା ହୋଇଥିଲା । ଆଜି ବାଂଲାଦେଶ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଥିବା ବେଳେ ଏହା ବର୍ଷା ପାଇଁ ବାତିଲ ହୋଇଯାଇଛି ।
ତେଣୁ ପାକିସ୍ତାନର ଚାମ୍ପିୟନ ଟ୍ରଫି ଯାତ୍ରା ନିରାଶାରେ ଶେଷ ହୋଇଛି । ନିଜ ଦେଶରେ ନିଜ ଲୋକଙ୍କ ଆଗରେ ସମ୍ମାନ ରକ୍ଷା ପାଇଁ ପାକିସ୍ତାନ ଆଗରେ ଏହା ଶେଷ ସୁଯୋଗ ଥିଲା । ଏବେ ଏହି ଶେଷ ଆଶାଟି ନିରାଶାରେ ପରିଣତ ହୋଇଛି । ୨୯ ବର୍ଷ ପରେ ପାକିସ୍ତାନକୁ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିଲା। ମାତ୍ର ୮ ଦିନ ଭିତରେ କୌଣସି ମ୍ୟାଚ୍ ନଜିତି ଅଭିଯାନ ଶେଷ କରିଛି ଦଳ ।