କନକବ୍ୟୁରୋ: ପ୍ୟାରିସ୍ ପାରାଲିମ୍ପିକ୍ସରେ ଶନିବାର ଭାରତକୁ ଆଉ ଦୁଇଟି ପଦକ ମିଳିଛି। ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ସହ ଭାରତର ପଦକ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ପୁରୁଷ ଜାଭେଲିନ ଥ୍ରୋ ଏଫ୍ ୪୧ ବିଭାଗରେ ନଭଦୀପ ସିଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୩ ବର୍ଷୀୟ ଏହି ହରିୟାଣାର ଆଥଲେଟ୍। ଫାଉଲରୁ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ତୃତୀୟ ପ୍ରୟାସରେ ଫିଙ୍ଗିଥିବା ଥ୍ରୋ ତାଙ୍କୁ ଦ୍ବିତୀୟ ସ୍ଥାନରେ ପହଁଚାଇ ଦେଇଥଲା।

Advertisment

ଇରାନର ବିଟ୍ ସାୟା ସାଜେଦ ୪୭.୬୪ ମିଟର ସହ ସ୍ବର୍ଣ୍ଣପଦକ ଜିତିନେଇଥିଲେ। ତେବେ ବିଟ୍ ଅଯୋଗ୍ୟ ଘୋଷିତ ହେବା ପରେ ନଭଦୀପଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏହା ପୂର୍ବରୁ ଦୌଡ଼କୁଦରେ ଭାରତକୁ ଆଉ ଏକ ପଦକ ଦେଇଥିଲେ ଧାବିକା ସିମ୍ରନ ଶର୍ମା। ମହିଳା ୨୦୦ ମିଟର ଟି୨୦ ବିଭାଗରେ ସିମ୍ରନ ମଧ୍ୟ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ତୃତୀୟରେ ରହିଥିଲେ। ୨୪ ବଷୀୟ ବିଶ୍ବ ବିଜୟିନୀ ସିମ୍ରନ ଏହା ପୂର୍ବରୁ ୧୦୦ ମିଟର ଫାଇନାଲରେ ଚତୁର୍ଥରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏହି ଦୁଇଟି ମେଡ଼ାଲ ସହ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତର ମୋଟ ପଦକ ସଂଖ୍ୟା ୨୯ରେ ପହଁଚିଛି।