ବାତ୍ୟାର ପୁନଃରୁଦ୍ଧାର ସହିତ ସାମନାକୁ ଆସିଲା ଆବାସ ମହାକେଳେଙ୍କାରୀ: କେନ୍ଦ୍ରାପଡା ଜିଲ୍ଲା ନାଗପୁରରେ ଏବେ ବି ମାଳ ମାଳ ଚାଳଘର

Advertisment

ବାତ୍ୟା ଆବାସ ବଂଟନର ଗୁମର ଖୋଲିବା ପରେ ଗ୍ରାଉଣ୍ଡଜିରୋରେ ପହଁଚି ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍। ଆଉ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡା ଜିଲ୍ଲାର ଓସ୍ତପୁର ପଂଚାୟତ ନାଗପୁର ଗାଁରୁ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ପୂରା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। 

ବାତ୍ୟା ଆବାସ ବଂଟନର ଗୁମର ଖୋଲିବା ପରେ ଗ୍ରାଉଣ୍ଡଜିରୋରେ ପହଁଚି ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍। ଆଉ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡା ଜିଲ୍ଲାର ଓସ୍ତପୁର ପଂଚାୟତ ନାଗପୁର ଗାଁରୁ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ପୂରା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। 

efe

କନକ ବ୍ୟୁରୋ: ବାତ୍ୟା ଆବାସ ବଂଟନର ଗୁମର ଖୋଲିବା ପରେ ଗ୍ରାଉଣ୍ଡଜିରୋରେ ପହଁଚି ସ୍ଥିତି ପରଖିଛି କନକ ନ୍ୟୁଜ୍ ଟିମ୍। ଆଉ ବାତ୍ୟା ପ୍ରଭାବିତ କେନ୍ଦ୍ରାପଡା ଜିଲ୍ଲାର ଓସ୍ତପୁର ପଂଚାୟତ ନାଗପୁର ଗାଁରୁ ଯେଉଁ ଚିତ୍ର ସାମନାକୁ ଆସିଛି ତାହା ପୂରା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି । 

ଲକ୍ଷ ଲକ୍ଷ ଘର ବଂଟା ହେବା ପରେ ବି ଏତେ ସଂଖ୍ୟାରେ ଲୋକ କାହିଁକି ବାତ୍ୟା ଆଶ୍ରୟ ସ୍ଥଳୀ ମୁହାଁ ହେଉଛନ୍ତି । ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିବା ପାଇଁ, ଆମ ଟିମ୍ ପହଂଚି ଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର୍ ପଞ୍ଚାୟତର ନାଗପୁର ଗାଁର ଏକ ନମ୍ବର ୱାର୍ଡରେ। ଏହି ଗାଁରେ ପ୍ରାୟ ୩୫୦ଭୋଟର ରୁହନ୍ତି ।  କିନ୍ତୁ ବିଡମ୍ବନାର ବିଷୟ ଏହି ଗାଁରେ ଥିବା ୮୦ ଟି ଘରରୁ ମାତ୍ର ୧୨ଟି  କୋଠା ଘର ଆଉ ସବୁ ଚାଳ ଛପର ଘର । 

ମୁଣ୍ଡ ଉପରେ ଛାତ ଘର ନଥିବା ପଛର କାରଣ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଭଙ୍ଗା ଦଦରା ଘରେ ଜୀବନ କାଟୁଥିବା ଏମାନଙ୍କ କହିବା ଅନୁସାରେ, ମହାବାତ୍ୟା ପରେ ଇନ୍ଦିରା ଆବାସ ଯୋଜନାରେ କିଛି ଲୋକଙ୍କୁ ୨୨୫୦୦ଟଙ୍କା ମିଳିଥିଲା, ଦଲାଲ ସରକାରୀ ବାବୁ ଅଧା ନେଇଗଲେ, ୧୦ ହଜାରରେ ଘର କେମିତି ହେଇଥାନ୍ତା? ଧନୀ ଲୋକ, କୋଠା ଘର ଥିବା ଲୋକ ପାଇବେ ଯିଏ ପଇସା ଦେବ ସେ ପାଇବ, ଏଣୁ ପ୍ରକୃତ ହିତାଧିକାରୀ ପାଇବେ କୋଉଠୁ ? ଘର ଖଣ୍ଡିଏ ପାଇଁ ଦଉଡି ଦଉଡି ନୟାନ୍ତ ହେବା ପରେ ବି ସେମାନଙ୍କ ଭାଗ୍ୟରେ ସୁଧାର ଆସିନି। ତଥାପି ସେମାନେ ଘର ଖଣ୍ଡିଏ ପାଇବା ପାଇଁ ଆଶା ରଖିଛନ୍ତି। 

ମହାବାତ୍ୟା ପରଠାରୁ ରାଜ୍ୟ ସରକାର ଇନ୍ଦିରା ଆବାସ, ମୋ କୁଡିଆ, ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନାରେ ଲକ୍ଷ ଲକ୍ଷ ଘର ବାଣ୍ଟିଛନ୍ତି। ହେଲେ, ଏତେ ସଂଖ୍ୟାରେ ଲୋକଙ୍କ ମୁଣ୍ଡ ଉପରେ ଛାତ ଘର ଖଣ୍ଡିଏ ନଥିବା ସ୍ୱଛ ସରକାରର ଘର ବଣ୍ଟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe