କନକ ବ୍ୟୁରୋ: ବଙ୍ଗୋସାଗରରେ ସୃଷ୍ଟ ଅବପାତ କାଲି ବାତ୍ୟାର ରୂପ ନେବ । ଏହା ଓଡିଶା ଉପକୂଳମୁହାଁ ହୋଇ ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ । କେନ୍ଦ୍ରାପଡା ଓ ଭଦ୍ରକ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ । ଏହାର ପ୍ରଭାବ ୨୫ ତାରିଖ ଯାଏଁ ରହିବ । ବିଶେଷକରି ବାତ୍ୟାରେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଜିଲ୍ଲା ଅଧିକ ପ୍ରଭାବିତ ହେବା ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟା ଦାନା ଏବେ ସ୍ଥଳଭାଗ ମୁହାଁ ହୋଇଛି। ପାରାଦୀପଠାରୁ ୭୦୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ସମୁଦ୍ର ଭିତରେ ଅବପାତର ରୂପ ନେଇ ସାରିଥିବା ଦାନା ଘଣ୍ଟାପ୍ରତି ୪ କିଲୋମିଟର ବେଗର ଉପକୂଳ ମୁହାଁ ହେଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୩ ତାରିଖରେ ବାତ୍ୟାର ରୂପ ନେବ ଦାନା। ୨୪ ତାରିଖରେ ଏହା ଭୀଷଣ ବାତ୍ୟା ରୂପେ ସ୍ଥଳଭାଗ ଆଡକୁ ମୁହାଁଇବ। ୨୫ ତାରିଖ ଭୋର ସମୟରୁ ଉପକୂଳରେ ଲ୍ୟାଣ୍ଡଫଲ କରିବ ଦାନା । କେନ୍ଦ୍ରାପଡାରୁ ବାଲେଶ୍ବର ମଧ୍ୟରେ ବାତ୍ୟା ସ୍ଥଳପଥ ଅତିକ୍ରମ କରିପାରେ। ଧାମରାର ଅତି ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଛି। ଏହି ସମୟରେ,
- ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ
- ମଝିରେ ମଝିରେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଦେଇପାରେ ଝଟକା
- ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ହୋଇପାରେ ଅଧିକ ପ୍ରଭାବିତ
ସମୁଦ୍ର ମଝିରେ ଏବେ ଉଗ୍ର ହେଲାଣି ଦାନା। ଅଧିକରୁ ଅଧିକ ସମୟ ସମୁଦ୍ରରେ ରହିଲେ ଏହା ଆହୁରି ଭୟଙ୍କର ହୋଇପାରେ। ତେବେ ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କ ଆକଳନ ଅନୁଯାୟୀ, ୨୪ ତାରିଖରେ ଭୀଷଣ ବାତ୍ୟା ରୂପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦାନା ଯେଉଁ ଗତିରେ ଆଗକୁ ବଢୁଛି ସ୍ଥଳଭାଗ ଛୁଇଁବା ବେଳକୁ ଏହା ସାମାନ୍ୟ ଦୁର୍ବଳ ହୋଇପାରେ। ୨୩ ତାରିଖରେ ଦାନା ବାତ୍ୟାରେ ପରିଣତ ହେବ। କିନ୍ତୁ ସ୍ଥଳଭାଗ ଛୁଇଁଲା ବେଳକୁ ଏବେ ଏହା ଅବପାତର ରୂପ ନେଇପାରେ।
ବାତ୍ୟା ଦାନା ଉପକୂଳ ଛୁଇଁବାର ୨୪ ଘଣ୍ଟା ପୂର୍ବରୁ ଆଇଏମଡି ଲ୍ୟାଣ୍ଡଫଲର ସ୍ପଷ୍ଟ ଠିକଣା ଦେବ। ବାତ୍ୟା କେତେ ମାତ୍ରାରେ ପ୍ରଭାବ ପକାଇବ ତାହା ଆଇଏମଡିର ଆକଳନ ପରେ ସ୍ପଷ୍ଟ ହେବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)