ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ଦରବାରରେ ବଡ଼ ବୈଠକ:  ଖଡ଼ଗେ, ରାହୁଲଙ୍କୁ ଭେଟିଲେ ତେଜସ୍ବୀ ଯାଦବ

ଖଡ଼ଗେ, ରାହୁଲଙ୍କୁ ଭେଟିଲେ ତେଜସ୍ବୀ ଯାଦବ । ଆସନ ଭାଗବଣ୍ଟାକୁ ନେଇ ମହାଗଠବନ୍ଧନ ମଧ୍ୟରେ ଆଲୋଚନା ସୂଚନା ।

ମହାଗଠବନ୍ଧନ ପାଇଁ ମହାମେଳି

ମହାଗଠବନ୍ଧନ ପାଇଁ ମହାମେଳି Photograph: (KanakNews )

କନକ ବ୍ୟୁରୋ:  ବିହାର ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ବଡ ବୈଠକ । ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆଜି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । ମହାଗଠବନ୍ଧନ ଆସନ ଭାଗବଣ୍ଟାକୁ ନେଇ ବୈଠକରେ ଚର୍ଚ୍ଚା କରାଯାଇଥିବା ସୂଚନା ମିଳିଛି ।

ତେବେ ଏପ୍ରିଲ ୧୭ରେ ବିହାରରେ ବଡ ବୈଠକ ବସିବାକୁ ଯାଉଛି ବୋଲି ତେଜସ୍ବୀ ସୂଚନା ଦେଇଛନ୍ତି । ଏଥିସହ ନୀତିଶ କୁମାରଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ବିଜେପି ଦ୍ବାରା ହାଇଜାକ ହୋଇଯାଇଛନ୍ତି । ତାଙ୍କ ଶାସନକାଳରେ ବିହାର ବିକାଶ ବଦଳରେ ବିନାଶ ଆଡକୁ ମୁହାଁଉଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe