କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ବଡ ବୈଠକ । ବିହାର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଆଜି ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ କରିଛନ୍ତି । ମହାଗଠବନ୍ଧନ ଆସନ ଭାଗବଣ୍ଟାକୁ ନେଇ ବୈଠକରେ ଚର୍ଚ୍ଚା କରାଯାଇଥିବା ସୂଚନା ମିଳିଛି ।
ତେବେ ଏପ୍ରିଲ ୧୭ରେ ବିହାରରେ ବଡ ବୈଠକ ବସିବାକୁ ଯାଉଛି ବୋଲି ତେଜସ୍ବୀ ସୂଚନା ଦେଇଛନ୍ତି । ଏଥିସହ ନୀତିଶ କୁମାରଙ୍କୁ ଟାର୍ଗେଟ କରି ତେଜସ୍ବୀ କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ବିଜେପି ଦ୍ବାରା ହାଇଜାକ ହୋଇଯାଇଛନ୍ତି । ତାଙ୍କ ଶାସନକାଳରେ ବିହାର ବିକାଶ ବଦଳରେ ବିନାଶ ଆଡକୁ ମୁହାଁଉଛି ।