କନକ ବ୍ୟୁରୋ: ତାମିଲନାଡ଼ୁରେ ଦେଖାଦେଇଛି ବଡ଼ ହଲଚଲ । ଇସ୍ତଫା ଦେଲେ ବିଜେପି ପ୍ରଦେଶ ସଭାପତି ଆନ୍ନାମଲାଇ । ଚର୍ଚ୍ଚା ହେଉଛି ବି ଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଜାତିଗତ ସମୀକରଣ ପାଇଁ ଆନ୍ନା ପଦ ଛାଡିଛନ୍ତି । ତେବେ ଇସ୍ତଫା ଦେବା ପରେ ଆନ୍ନା କହିଛନ୍ତି ଆଗକୁ ଏକାଠି ମିଶି ସଭାପତି ଚୟନ କରାଯିବ । ଦଳର କ୍ୟାଡର ଭାବରେ କାମ କରିବାକୁ ପ୍ରସ୍ତୁତ ବୋଲି ଆନ୍ନାମଲାଇ ଇସ୍ତଫା ଦେବା ପରେ କହିଛନ୍ତି । କୁହାଯାଉଛି ତିରୁନେଲଭେଲି ବିଜେପି ବିଧାୟକ ନୈନାର ନାଗେଥ୍ରନ ପରବର୍ତ୍ତୀ ରାଜ୍ୟ ସଭାପତି ହୋଇପାରନ୍ତି । ସେପଟେ ଏଆଇଏଡିଏମକେ ମୁଖ୍ୟ ପଲାନୀସ୍ବାମୀଙ୍କ ପାଖରେ ଏକ ବଡ ସର୍ତ୍ତ ରଖିଛି । ତାହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭନ ଓ ଜୟଲଳିତାଙ୍କ ବାନ୍ଧବୀ ଶଶିକଳାଙ୍କ ସହ ତାଙ୍କ ଭଣଜା ଦିନାକରଣଙ୍କୁ ଏଆଇଏଡିଏମକେକୁ ଫେରାଇ ଅଣାଯିବ । ଯାହାଫଳରେ ଡିଏମକେ ବିରୋଧୀ ଭୋଟ ଭାଗ ହେବ ନାହିଁ ।
କୁହାଯାଏ ଏଆଇଏଡିଏମକେ ସହ ୨୦୨୩ରେ ବିଜେପି ମେଣ୍ଟ ଭାଙ୍ଗିବା ପଛରେ ଆନ୍ନାମଲାଇଙ୍କୁ ଦାୟୀ କରାଯାଇଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଉଭୟ ଏଆଇଏଡିଏମକେ ଓ ବିଜେପି କୌଣସି ଆସନ ଜିତିପାରିନଥିଲେ । ଡିଏମକେ ଓ କଂଗ୍ରେସ ମେଣ୍ଟ ତାମିଲନାଡୁର ସମସ୍ତ ଲୋକସଭା ଆସନ ଅକ୍ତିଆର କରିଥିଲେ । ଏହି ଭୁଲରୁ ଶିକ୍ଷା ପାଇ ଦୁଇ ଦଳ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ଆଲୋଚନା ଆରମ୍ଭ କରିଛନ୍ତି । ଯାହାର ପ୍ରଭାବ ଆନ୍ନାମଲ୍ଲାଇଙ୍କ ଉପରେ ପଡିଛି । ଉଭୟ ଆନ୍ନାମଲାଇ ଓ ଏଆଇଏଡିଏମ୍କେ ମୁଖ୍ୟ ପଲାନୀସ୍ବାମୀ ପଛୁଆବର୍ଗର ଓ ଅଞ୍ଚଳକୁ ପ୍ରତିନିଧିତ୍ବ କରନ୍ତି । ମେଣ୍ଟର ଦୁଇ ବଡ଼ ଦଳର ମୁଖ୍ୟ ଗୋଟିଏ ଜାତି ଓ ଅଞ୍ଚଳର ହେବା ରାଜନୈତିକ ଦୃଷ୍ଟିରୁ ଠିକ୍ ନୁହେଁ । ତେଣୁ ଆନ୍ନାମଲାଇ ଇସ୍ତଫା ଦେଇଥିବା ଚର୍ଚ୍ଚା ।
ବିଗତ ବର୍ଷରେ ଆନ୍ନାମଲାଇଙ୍କ ନେତୃତ୍ବ ବଳରେ ବିଜେପିର ଭୋଟ୍ ସେୟାର ବୃଦ୍ଧି ପାଇଛି । ଯାହାର ୧୮.୨୩% ପହଞ୍ଚିଛିଛି । ବିଧାନସଭାରେ ମାତ୍ର ୪ଟି ଆସନ ଥିଲେ ମଧ୍ୟ ରାଜ୍ୟରେ ବିଜେପିକୁ ଗୋଟିଏ ବଡ ରାଜନୈତିକ ଦଳ । ପ୍ରତ୍ୟେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କୁ ଦୃଢ ଜବାବ ଦବାରେ ଆନ୍ନାମଲାଇ ଖୁବ ଚଞ୍ଚଳ । ଚେନ୍ନାଇ ବିଶ୍ବ ବିଦ୍ୟାଳୟ ଛାତ୍ରୀ ନିର୍ଯାତନା ପ୍ରସଙ୍ଗରେ ନିଜକୁ ଚାବୁକରେ ପିଟି ଆନ୍ନାମଲାଇ ଖୁବ ଚର୍ଚ୍ଚାରେ ଥିଲେ । ଆନ୍ନାମଲାଇଙ୍କ ଅପସାରଣ ତାମିଲନାଡୁ ବିଜେପି କ୍ୟାଡର ଉପରେ ନକରାତ୍ମକ ପ୍ରଭାବ ପକାଇପାରେ ।