କନକ ବ୍ୟୁରୋ: ସ୍ଥାନୀୟ ଇନ୍ଦିରା ମୈଦାନଠାରେ ଚାଲିଥିବା ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ(ଆରସିସିଏଲ)ର ଶନିବାର ହେଉଛି ଦ୍ବିତୀୟ ଦିବସ । ଶନିବାରର ପ୍ରଥମ ମ୍ୟାଚ ଜିନ୍ଦଲ୍ ଷ୍ଟିଲ୍ ଓ ଓ୍ବିପ୍ରୋ ଓ୍ବାରିୟର୍ସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଜିନ୍ଦଲ ଷ୍ଟିଲକୁ ୭ ୱିକେଟ୍ରେ ପରାସ୍ତ କରିଛି । ଏହି ମ୍ୟାଚରେ ଜିନ୍ଦଲ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଜିନ୍ଦଲ୍ ଷ୍ଟିଲ କୌଣସି ୱିକେଟ୍ ନହରାଇ ୧୧୭ ରନ କରିଥିଲା । ଦଳ ପକ୍ଷରୁ ହରମୋହନ ସାମନ୍ତସିଂହାର ଓ ତାହା ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଏହାର ଜବାବରେ ଓ୍ବିପ୍ରୋ ୫.୨ ଓଭରରେ ୩ ଓ୍ବିକେଟ୍ ହରାଇ ୧୧୮ ରନ କରି ବିଜୟୀ ହୋଇଥିଲା ।
ଏହା ବି ପଢ଼ନ୍ତୁ: ୧୯ ବର୍ଷରୁ କମ ପୁରୁଷ ବିଶ୍ବକପ୍: ଭାରତ-ବାଂଲାଦେଶ ମୁକାବିଲା ଉପରେ ସମସ୍ତଙ୍କ ନଜର
ଶନିବାରର ଦ୍ବିତୀୟ ମ୍ୟାଚ ଏଚବି ସଲ୍ୟୁସନ୍ସ ଓ ଓଜିବି ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଏଚବି ସଲ୍ୟୁସନ୍ସ ୧୭ ରନରେ ବିଜୟୀ ହୋଇଛି । ଟସ୍ ଜିତି ଓଜିବି ପ୍ରଥମେ ବୋଲିଂ କରିଥିଲା। ପ୍ରଥମେ ବ୍ୟାଟିଂ କରି ଏଚବି ସଲ୍ୟୁସନ୍ସ ୫ ୱିକେଟ୍ ହରାଇ ୧୧୭ ରନ କରିଥିଲା । ଦଳ ପକ୍ଷରୁ ଆଶୁତୋଷ ସାହୁ ୫୫ ଓ ମୁକେଶ ୪୪ ରନ କରିଥିଲେ । ଏହାର ଜବାବରେ ଓଜିବି ୩ ୱିକେଟ୍ ହରାଇ ୧୧୦ କରିଥିଲା । ଦଳ ପକ୍ଷରୁ ନୀରୁ ଅର୍ଦ୍ଧଶତକ ଅର୍ଜନ କରିଥିବାବେଳେ ସାଗର ଶ୍ରୁତି ରଂଜନ ୪୪ ରନ କରିଥିଲେ ।
Follow Us