କନକ ବ୍ୟୁରୋ: କାଲିଠୁ ସପ୍ତାହେ ଯାଏଁ କଲବଲ କରିବ ତାତି ।  ଏଭଳି ସତର୍କ କରିଛି ପାଣିପାଗ ବିଭାଗ । ବର୍ତମାନ  ରାଜ୍ୟରେ ସ୍ୱାଭାବିକଠାରୁ  ତାପମାତ୍ରା ବଢିଛି । ସେହିଭଳି ୪୮ ଘଂଟା ପାଇଁ ଘନକୁହୁଡି ଲୋକଙ୍କୁ କଲବଲ କରିବ ।

Advertisment

ମାଘ ମାସରେ ଶୀତ ଗାଏବ । ଜାନୁଆରୀ  ଚତୁର୍ଥ ସପ୍ତାହରୁ ବଢିଲାଣି ପାରଦ । କାଲିଠୁ ଗରମ ସହ ଖରାରୁ ତ୍ରାହି ନାହିଁ ବୋଲି  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି  ତାପମାତ୍ରା । ଆଗାମୀ ୪ ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି । ଆଗାମୀ ୫ ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବ । ରାତି ତାପମାତ୍ରା କମିବ ନାହିଁ କି ଥଣ୍ଡା ଅନୁଭୂତ ହେବନାହିଁ । 

କାଲିଠାରୁ ତାତି ବଢିବାକୁ  ଥିବାବେଳେ ଘନ କହୁଡୁ ବି ବଢିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । କାଲି ସକାଳ ୮.୩୦ ସୁଦ୍ଧା  ୨୦ ଜିଲ୍ଲାରେ ଘନ କୁହୁଡି ଦେଖାଦେବ । ମାଲକାନଗିରି ,କୋରାପୁଟ,ରାୟଗଡା,ଗଜପତି, ଗଂଜାମ ,କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରାଇଛି ବିଭାଗ।  ସେହିପରି ୩୦ ତାରିଖ ସକାଳ ସାଢେ ୮ଟାରୁ ୩୧ ତାରିଖ ସକାଳ ସୁଦ୍ଧା ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ  ଘନ କୁହୁଡି  ପାଇଁ  ୟେଲୋ ୱାର୍ଣ୍ଣିଙ୍ଗ  ଜାରି କରିଛି ପାଣିପାଗ ବିଭାଗ। ୩୧ ତାରିଖରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡିଶା ରେ ଦେଖିବାକୁ ମିଳିବ।

ଗତ ୨୪ ଘଂଟାରେ ଅନୁଗୁଳ କୋରାପୁଟ ଓ ନୟାଗଡରେ ଅତ୍ୟଧିକ ଘନ କୁହୁଡି ଦେଖିବାକୁ ମିଳିଛି ।  ଚାନ୍ଦବାଲି ,କଟକ କେନ୍ଦ୍ରାପଡା, ଭୁବନେଶ୍ୱର ଓ ଜଗତସିଂହପୁରରେ ଘନ କୁହୁଡି ଦେଖିବାକୁ ମିଳିଛି ।