କୋରାପୁଟରେ କଡ଼ ଲେଉଟାଇଲାଣି ଶୀତ : ଘରୁ ବାହାରିବା ହେଉଛି ମୁସ୍କିଲ

Advertisment

କିଛି ଦିନର ବ୍ୟବଧାନ ପରେ ପୁଣି କଡ ଲେଉଟାଇଛି ମାଳଭୂମୀକୁ ଶୀତ। ସକାଳ, ସନ୍ଧ୍ୟା ଓ ରାତିରେ ପ୍ରବଳ ଶୀତ ଅନୁଭୂତବ ହେଉଛି । ସହର ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି କୁହୁଡିର ବହଳିଆ ଆସ୍ତରଣ

କିଛି ଦିନର ବ୍ୟବଧାନ ପରେ ପୁଣି କଡ ଲେଉଟାଇଛି ମାଳଭୂମୀକୁ ଶୀତ। ସକାଳ, ସନ୍ଧ୍ୟା ଓ ରାତିରେ ପ୍ରବଳ ଶୀତ ଅନୁଭୂତବ ହେଉଛି । ସହର ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି କୁହୁଡିର ବହଳିଆ ଆସ୍ତରଣ

jada

jada Photograph: (jada )

କନକବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି କଡ ଲେଉଟାଇଛି ମାଳଭୂମୀକୁ ଶୀତ। ସକାଳ, ସନ୍ଧ୍ୟା ଓ ରାତିରେ ପ୍ରବଳ ଶୀତ ଅନୁଭୂତବ ହେଉଛି । ସହର ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିଛି କୁହୁଡିର ବହଳିଆ ଆସ୍ତରଣ । ସତେ ଯେମିତି ଧଳା ଚାଦର ତଳେ ପୁରା ମାଳଭୂମୀ।  କୋରାପୁଟ, ସୁନାବେଡ଼ା, ସେମିଳିଗୁଡା, ଦାମନଯୋଡି ଭଳି ସହର ଓ ଗ୍ରାମାଞ୍ଚଳରେ ପ୍ରବଳ ଥଣ୍ଡା ହେଉଛି । ଶୁଙ୍କି, ପଟ୍ଟାଙ୍ଗୀ ଓ ଜୟପୁର ଭଳି ଘାଟି ଅଂଚଳରେ ୪୦ ମିଟରରୁ ଅଧିକ ବାଟ ଦେଖାଯାଉନାହିଁ। ଜାତୀୟ ରାଜପଥରେ ଗାଡି ଚଳାଚଳ ପାଇଁ ସମୟରେ ଅସୁବିଧା ହେଉଛି ।

ଜାନୁଆରୀ ମାସରେ କ୍ରମାଗତ ଭାବେ ଖସୁଛି ପାରଦ। ରାତି ଓ ସକାଳର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଉଛି।  ସଞ୍ଜ ନଇଁବା କ୍ଷଣି ମାଡି ଆସୁଛି ଥଣ୍ଡା। ହାଡଭଙ୍ଗା ଜାଡ଼ରେ ଜଡ଼ସଡ଼ ଖଟିଖିଆ ଦିନ ମଜୁରିଆଙ୍କ ଜୀବନ। ସକାଳୁ କାମକୁ ଯିବା ସମ୍ଭବ ହେଉନି, ୯ଟା ପୂର୍ବରୁ ଘରୁ ବାହାରି ହେଉନି। ଅଭାବୀ ମଣିଷର ପେଟକୁ ପ୍ରଭାବିତ ଶୀତ କିନ୍ତୁ ପର୍ଯ୍ୟଟକଙ୍କୁ ଆନନ୍ଦ ଦେଉଛି ।

ଶୀତୁଆ ସକାଳେ କୋରାପୁଟରେ ଅଳସିର ଆକର୍ଷଣ, ଲୋକଙ୍କୁ ବେଶ କିଛି ସମୟ ନିଜ କୋଳରେ ବାନ୍ଧି ରଖୁଛି। କୋରାପୁଟିଆ ଶୀତକୁ ଅନୁଭବ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି । କିଏ ଚା ଦୋକାନରେ ଭିଡ ଲଗାଉଛନ୍ତି ତ ଆଉ କିଏ, ପ୍ରାତଃ ଭ୍ରମଣର ମଜା ଉଠାଉଛନ୍ତି । କୋରାପୁଟ, ଲକ୍ଷ୍ମୀପୁର, ପଟ୍ଟାଙ୍ଗି ଓ ଲମତାପୁଟ ବ୍ଲକରେ ସର୍ବାଧିକ ଶୀତ ଅନୁଭୂତ ହେଉଛ । 

ଶୀତକୁ ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ କହିଛନ୍ତି, ଶୀତ ବଢିବାରୁ  ନିରାଶ୍ରୟଙ୍କ ପାଇଁ ଆଶ୍ରୟସ୍ଥଳ ଖୋଲାଯାଇଛି । ସହରାଂଚଳରେ ୫ଟି ଓ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ରାତ୍ର ଆଶ୍ରୟ ସ୍ଥଳୀ ରହିଛି। ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe