କାର୍ତ୍ତିକ ମାସ ସରିବାକୁ ବସିଲାଣି ; ଶୀତର ଦେଖାନାହିଁ   ।

ଶୀତ ଋତୁରେ ଗାଏବ ହୋଇଗଲା ଥଣ୍ଡା । ଦିନ କେଇଟା ପରେ ସରିବ କାର୍ତ୍ତିକ ମାସ, ରାଜ୍ୟକୁ ଏଯାଏଁ ଛୁଇଁ ନାହିଁ ଶୀତ  । ସେପଟେ ବଙ୍ଗୋପସାଗରରେ ୪୮ ଘଣ୍ଟା ଭିତରେ ଲଘୁଚାପର ରୁପ ସମ୍ଭାବନା । ହେଲେ ଓଡ଼ିଶା ଉପରେ ପଡିବ ନାହିଁ ପ୍ରଭାବ  ।

1w

କନକ ବ୍ୟୁରୋ: ଓଡ଼ିଶାରେ ଏଯାଏଁ ଶୀତ ଅନୁଭୂତ ହେଉନାହିଁ । ଦିନ କେଇଟା ପରେ କାର୍ତ୍ତିକ ମାସ ସରିଯିବ । ହେଲେ ଶୀତର ଦେଖା ମିଳିନାହିଁ । ଦୁଇ ଦିନ ହେଲା ସକାଳୁ ସକାଳୁ ହାଲକା ଶୀତ ଅନୁଭବ ହେଉଛି । କିନ୍ତୁ ଲୋକଙ୍କୁ ଘରୁ କମ୍ୱଲ ବାହାରି ନାହିଁ କି ବଜାରରେ ଶୀତ ପୋଷାକର ପସରା ମେଲିନାହିଁ । 

ବାତ୍ୟା ଦାନାର ପ୍ରଭାବ ଯୋଗୁଁ ଶୀତ ଆସିବାରେ ଡେରି ହେଉଥିବା ପାଣିପାଗ ବିଶେଷଜ୍ଞ କହୁଛନ୍ତି । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବୋହୁଥିବାରୁ ତାପମାତ୍ରା ସ୍ୱଭାବିକ ଠାରୁ ୧ରୁ ୨ ଡିଗ୍ରୀ ଅଧିକ ରହୁଛି । ନଭେମ୍ୱର ୧୨ ତାରିଖରୁ ଉତ୍ତରା ପବନ ପ୍ରବାହିତ ହେବାର ସଙ୍କେତ ମିଳୁଛି । ଉତ୍ତରା ପବନ ପ୍ରବାହିତ ହେଲେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe