ଛୁଆଙ୍କୁ ମୋଜା,ଟୋପି ପିନ୍ଧାଇ ଶୁଆଉଛନ୍ତି କି ? ରିପୋର୍ଟରୁ ହେଲା ସାଙ୍ଘାତିକ ଖୁଲାସା

Advertisment

ପ୍ରବଳ ଜାଡ଼ରେ ପିଲାମାନଙ୍କୁ ଯେଭଳି ଥଣ୍ଡା ନ ଧରୁ ସେଥିପାଇଁ ବାପା,ମା’ଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ସେମାନଙ୍କ ପିଲାମାନଙ୍କୁ ଥଣ୍ଡାରୁ ରକ୍ଷା କରିବା । ବୟସ୍କମାନେ ପ୍ରାୟତଃ ପିଲାମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଅନ୍ତି ଖାସ୍ କରି ଶୋଇବା ସମୟରେ । କିନ୍ତୁ ଏହା କରିବା କ’ଣ ପ୍ରକୃତରେ  ଠିକ୍ ଏବଂ ଏନେଇ ଡାକ୍ତର କ’ଣ ପରାମର୍ଶ ଦିଅନ୍ତି ଆସନ୍ତୁ ଜାଣିବା ? 

ପ୍ରବଳ ଜାଡ଼ରେ ପିଲାମାନଙ୍କୁ ଯେଭଳି ଥଣ୍ଡା ନ ଧରୁ ସେଥିପାଇଁ ବାପା,ମା’ଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ସେମାନଙ୍କ ପିଲାମାନଙ୍କୁ ଥଣ୍ଡାରୁ ରକ୍ଷା କରିବା । ବୟସ୍କମାନେ ପ୍ରାୟତଃ ପିଲାମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଅନ୍ତି ଖାସ୍ କରି ଶୋଇବା ସମୟରେ । କିନ୍ତୁ ଏହା କରିବା କ’ଣ ପ୍ରକୃତରେ  ଠିକ୍ ଏବଂ ଏନେଇ ଡାକ୍ତର କ’ଣ ପରାମର୍ଶ ଦିଅନ୍ତି ଆସନ୍ତୁ ଜାଣିବା ? 

child

child Photograph: (KanakNews)

କନକ ବ୍ୟୁରୋ : ସାରା ଭାରତରେ ଏବେ ଶୀତର ଲହରି ଜାରି ରହିଛି । କେଉଁଠି ବରଫପାତ ହେଉଛି ତ କେଉଁଠି ଦ୍ବିପ୍ରହର ହେଲା ପରେ ବି କୁହୁଡ଼ି ଛାଡ଼ିବାର ନାଁ ନେଉନି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଥଣ୍ଡା , ଜ୍ବର ହେବାର ସମସ୍ୟା ମଧ୍ୟ ଲାଗିରହୁଛି । ସବୁଠାରୁ ଅଧିକ ଚିନ୍ତା ବାପା,ମା’ଙ୍କୁ ଘାରୁଛି କାରଣ ଏହି ସମୟରେ ଛୋଟ ପିଲାଙ୍କ ଦେହ ଅଧିକ ଖରାପ ହୋଇଥାଏ । ପ୍ରବଳ ଜାଡ଼ରେ ପିଲାମାନଙ୍କୁ ଯେଭଳି ଥଣ୍ଡା ନ ଧରୁ ସେଥିପାଇଁ ବାପା,ମା’ଙ୍କ ସବୁଠାରୁ ବଡ଼ ଚିନ୍ତା ହେଉଛି ସେମାନଙ୍କ ପିଲାମାନଙ୍କୁ ଥଣ୍ଡାରୁ ରକ୍ଷା କରିବା । ବୟସ୍କମାନେ ପ୍ରାୟତଃ ପିଲାମାନଙ୍କୁ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଅନ୍ତି ଖାସ୍ କରି ଶୋଇବା ସମୟରେ । କିନ୍ତୁ ଏହା କରିବା କ’ଣ ପ୍ରକୃତରେ  ଠିକ୍ ଏବଂ ଏନେଇ ଡାକ୍ତର କ’ଣ ପରାମର୍ଶ ଦିଅନ୍ତି ଆସନ୍ତୁ ଜାଣିବା ? 

ଆଗକୁ ପଢ଼ନ୍ତୁ : ଚପିଙ୍ଗ୍ ବୋର୍ଡ ଯୋଗୁ ରୋଗରେ ପଡୁନାହାନ୍ତି ତ ? ଏଥିରେ ଟଏଲେଟ୍ ସିଟରୁ ଥାଏ ଅଧିକ ବ୍ୟାକ୍ଟେରିଆ !

ଶିଶୁ ବିଶେଷଜ୍ଞଙ୍କ ମତରେ ଶୋଇବା ସମୟରେ ଛୋଟ ପିଲାଙ୍କୁ ଟୋପି ପିନ୍ଧିଇବା ସାଧାରଣତଃ ଠିକ ବୋଲି କୁହାଯାଏ ନାହିଁ କାରଣ ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି । ପିଲାଙ୍କ ଶରୀର ବୟସ୍କଙ୍କଠାରୁ ଭିନ୍ନ । ଖାସ୍ କରି ନବଜାତ ଏବଂ ଛୋଟ ପିଲାମାନଙ୍କ ଶରୀରରେ ଅଧିକ ବ୍ରାଉନ୍ ଫ୍ୟାଟ୍ ଥାଏ ଯାହା ସେମାନଙ୍କ ଶରୀର ଭିତରେ ଉତ୍ତାପ ସୃଷ୍ଟି କରି ସେମାନଙ୍କୁ ଥଣ୍ଡା କରିବାରେ ସାହାଯ୍ୟ କରେ କାରଣ ସେମାନେ ବୟସ୍କଙ୍କ ପରି ସେମାନଙ୍କ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏହି ଚର୍ବି ବେକ, କାନ୍ଧ ଏବଂ ପିଠିରେ ଏକାଠି ହୋଇଥାଏ ଏବଂ ବୟସ ବଢ଼ିବା ସହ ଚର୍ବି ମଧ୍ୟ କମେ । ଶିଶୁମାନଙ୍କ ଶରୀରର ତାପମାତ୍ରା ସେମାନଙ୍କ ମୁଣ୍ଡ ମାଧ୍ୟମରେ ନିୟନ୍ତ୍ରିତ ହୁଏ । ଯଦି ଆପଣ ଶୋଇବା ସମୟରେ ସେମାନଙ୍କ ମୁଣ୍ଡକୁ ଘୋଡ଼ାଇ ଦିଅନ୍ତି ତେବେ ଶରୀରର ଅତିରିକ୍ତ ଉତ୍ତାପ ବାହାରକୁ ଯାଇପାରିବ ନାହିଁ ଯାହା ଫଳରେ ମୁଣ୍ଡ ସହ ଦେହ ମଧ୍ୟ ଅତ୍ୟଧିକ ଗରମ ହୋଇପାରେ ।

ଛୋଟ ପିଲାମାନଙ୍କ ମଧ୍ୟରେ ଅତ୍ୟଧିକ ଗରମ ହେବା ହଠାତ୍ ଶିଶୁ ମୃତ୍ୟୁ (SIDS)ର ଏକ ପ୍ରମୁଖ କାରଣ ବୋଲି କୁହାଯାଏ । ଶୋଇବା ସମୟରେ ସବୁବେଳେ ମୁଣ୍ଡ ଘୋଡ଼ାଇ ରଖିବା ଦ୍ଵାରା ଶିଶୁ ଅଧିକ ଗରମର ଶିକାର ହୋଇପାରେ । ଶୋଇବା ସମୟରେ ଶିଶୁମାନେ ସେମାନଙ୍କର ହାତ ଏବଂ ଗୋଡ଼ ହଲାଇଥା’ନ୍ତି ଯାହା ଫଳରେ ଟୋପିଟି ସେମାନଙ୍କ ମୁହଁ କିମ୍ବା ନାକ ଉପରକୁ ଖସିଯାଇପାରେ । ଏହା ନିଶ୍ୱାସ ନେବାରେ ଅସୁବିଧା ମଧ୍ୟ ସୃଷ୍ଟି କରିପାରେ । ତେବେ ଟୋପି ଅପେକ୍ଷା ମୋଜା ପିନ୍ଧିବା ବହୁତ ସୁରକ୍ଷିତ ବୋଲି କୁହାଯାଏ କିନ୍ତୁ କିଛି କଥା ମନେ ରଖିବାକୁ ପଡ଼ିବ । ଶିଶୁ ଶୋଇବା କୋଠରୀଟି ଯଦି ବହୁତ ଥଣ୍ଡା ଥାଏ ତେବେ ମୋଜା ପିନ୍ଧିବା ଭଲ । କାରଣ ପାଦ ଉଷୁମ ଥିଲେ ଶିଶୁକୁ ଭଲ ନିଦ ହୋଇଥାଏ । ତଥାପି ଶିଶୁର ମୋଜା ଅତ୍ୟଧିକ ଟାଇଟ୍ ରହିବା ଉଚିତ୍ ନୁହେଁ । ଅତ୍ୟଧିକ ଟାଇଟ୍ ମୋଜା ପିନ୍ଧିବା ଦ୍ଵାରା ଆପଣଙ୍କ ଶିଶୁର ପାଦରେ ରକ୍ତ ସଞ୍ଚାଳନ ପ୍ରଭାବିତ ହୋଇପାରେ । ଶିଶୁମାନଙ୍କ ପାଇଁ ସବୁବେଳେ କପା କିମ୍ବା ହାଲୁକା କପଡ଼ାର ମୋଜା ବାଛନ୍ତୁ ଯାହା ସେମାନଙ୍କ କୋମଳ ଚର୍ମକୁ ପ୍ରଭାବିତ କରିବ ନାହିଁ । ଯଦି କୋଠରୀ ଗରମ ଥାଏ ତେବେ ମୋଜା ପିନ୍ଧିବା ଆବଶ୍ୟକ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe