ଗରମ ହେବ ଶୀତ ଅଧିବେଶନ; ପ୍ରସଙ୍ଗ ଧରି ପ୍ରସ୍ତୁତ ବିରୋଧୀ, ଶାସକ ଦଳର କାଉଣ୍ଟର ରଣନୀତି

ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ହେଲେ ଏଥର ବେଶ ସରଗରମ ହେବ ଗୃହ । ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ ।

Winter Assembly Session

କନକ ବ୍ୟୁରୋ : ବିଧାନସଭାରେ ସରକାରଙ୍କୁ ଅଡୁଆରେ ପକାଇବାକୁ ପ୍ରଭାବି ଡଙ୍ଗରେ ଉପସ୍ଥାପନ କରିବେ ବିରୋଧୀ । ଆଇନ ଶୃଙ୍ଖଳାରୁ- ଆମ୍ୱ ଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ଘଟଣା ଉଠାଇ ହଲୁସ୍ତୁଲ କରିବେ ବିଜେଡି- କଂଗ୍ରେସ । ସେପଟେ ଚଳିତ ଶୀତ ଅଧିବେଶନରେ ଗୁରୁତ୍ୱପୂଣ୍ଣ ବିଲ ଆଣିବାକୁ ଯାଉଛନ୍ତି ।

ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ । ହେଲେ ଏଥର ବେଶ ସରଗରମ ହେବ ଗୃହ । ସରକାରଙ୍କୁ ଆକ୍ରମଣ କରିବାକୁ ମାଳମାଳ ପ୍ରସଙ୍ଗ ଧରି ପ୍ରସ୍ତୁତ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ । ସରକାରଙ୍କ ଅବହେଳ ଓ ରାଜ୍ୟସ୍ୱାର୍ଥ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଅଡୁଆରେ ପକାଇବାକୁ ବିଧାୟକ ଦଳ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ବିରୋଧୀ ।

ବିଜେଡି ପ୍ରସଙ୍ଗ
୧. ରାଜ୍ୟରେ ଆଇନ ଶୃଙ୍ଖଳା
୨. ଧାନ ମଣ୍ଡି ସମସ୍ୟା
୩. ଆମ୍ୱ ଟାକୁଆ ଜାଉ ଖାଇ ମୃତ୍ୟୁ
୪. ଗନ୍ଧମାର୍ଦ୍ଦନ ଜମି ହଡପ୍‌

ଆମ୍ୱଟାକୁଆ ଜାଉ ଖାଇ ୩ ଜଣଙ୍କ ମୃତ୍ୟୁ ହେଉ, କିମ୍ୱା ବିସ୍ତାରବାଦୀ ଆଦାନୀର ଜମି ଅଧିଗ୍ରହଣ କଥା ହେଉ, ଏପରିକି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରି ସରକାରଙ୍କୁ ଘାଇଲା କରିବାକୁ ସଜବାଜ ହେଉଛି ବିଜେଡି ।

କଂଗ୍ରେସର ପ୍ରସଙ୍ଗ
୧. ଧାନ ମଣ୍ଡି ଅବ୍ୟବସ୍ଥା
୨. ଦର ଦାମ ବୃଦ୍ଧି, ବେରୋଜଗାର 
୩. ଆଦାନୀ ଜମି ଦଖଲ, ଲାଞ୍ଚ କାରବାର
୪.  ସୁଭଦ୍ରାରେ ପାତରଅନ୍ତର

ସୁଭଦ୍ରା ଯୋଜନାରେ ପାତର ଅନ୍ତର, ଧାନ ମଣ୍ଡି ସମସ୍ୟା, ଭଳି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ପ୍ରସ୍ତତ ହେଉଛି କଂଗ୍ରେସ । ସେପଟେ ୫ ମାସ ଧରି ନୂଆ ସରକାରଙ୍କ ଉପଲବ୍ଧି, ସହ ବିରୋଧୀଙ୍କ  ସବୁ ପ୍ରଶ୍ନର ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ସେପଟେ ପ୍ରଥମ ଦିନରେ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe