ସମୁଦ୍ରକୂଳରେ ମିଳିବ ମଦ ; ଓଟିଡିସି ପକ୍ଷରୁ ବିଚ୍ କଟେଜରେ ହେବ ଉପଲବ୍ଧ

ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ଏହି ନିୟମ ଅନୁସାରେ ଏଣିକି ସମୁଦ୍ରକୂଳରେ ବିକ୍ରି ହେବ ମଦ । ଏହାକୁ ପର୍ଯ୍ୟଟନ ବିଭାଗ ଯୋଗାଇବ । ସମୁଦ୍ର କୂଳରେ ଥିବା ଇକୋ ରିଟ୍ରିଟ୍ ଓ କଟେଜରେ ମଦ ଯୋଗାଇବ ଓଟିଡିସି । ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଅବକାରୀ ନୀତି। 

winne

କନକ ବ୍ୟୁରୋ: ରାଜ୍ୟ ସରକାର ଆଣିଲେ ନୂଆ ଅବକାରୀ ନୀତି। ଏହି ନିୟମ ଅନୁସାରେ ଏଣିକି ସମୁଦ୍ରକୂଳରେ ବିକ୍ରି ହେବ ମଦ । ଏହାକୁ ପର୍ଯ୍ୟଟନ ବିଭାଗ ଯୋଗାଇବ । ସମୁଦ୍ର କୂଳରେ ଥିବା ଇକୋ ରିଟ୍ରିଟ୍ ଓ କଟେଜରେ ମଦ ଯୋଗାଇବ ଓଟିଡିସି । ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଅବକାରୀ ନୀତି। 

୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ଅବକାରୀ ନୀତି। ଭାଙ୍ଗ, ତାଡି ଓ ପୋଚ ପାଇଁ ନିୟମ ଲାଗୁ ହୋଇଛି। ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର୍ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ଚଳିତ ଆର୍ଥିକ ବର୍ଷରେ ନୂଆ ବିଦେଶୀ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିନାହିଁ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ। ବାରରେ କେବଳ ଗୀତ ଗାଇବା ଓ ଶୁଣିବା ପାଇଁ ଅନୁମତି ନେବାକୁ ପଡ଼ିବ। ଓଟିଡିସି ପକ୍ଷରୁ ବିଚ୍ ଶ୍ୟାକରେ ମିଳିବ ମଦ। 

ଇକୋ-ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକିବାକୁ ଓଟିଡିସିକୁ ମିଳିବ ଅସ୍ଥାୟୀ ଲାଇସେନ୍ସ। ତେବେ କେଉଁ କେଉଁ ବେଳାଭୂମିରେ ବିକ୍ରି ହେବ, ସେ ନେଇ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେବ। କେବଳ ସେତିକି ନୁହେଁ ଚଳିତ ଆର୍ଥିକ ବର୍ଷ ପୂର୍ବରୁ ନବୀକରଣ ହୋଇନଥିବା ୫୭ଟି ଅନସପ୍ ମଦଦୋକାନର ପୁନଃ ନବୀକରଣ ମଧ୍ୟ କରାଯିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe