କନକ ବ୍ୟୁରୋ: ବିଜୟ ମହାପାତ୍ର ରାଜ୍ୟ ରାଜନୀତିର ଅନ୍ୟତମ ହେଭିୱେଟ୍ ଚେହେରା। ପାଖାପାଖି ୧୦ ବର୍ଷରୁ ଅଧିକ ସମୟ ଧରି ବିଜେପିରେ ଥିବା ଏହି ରାଜନେତାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ପୁଣିଥରେ ନିଜର ପୁରୁଣା ଦଳ ବିଜେଡିକୁ ବିଜୟ ମହାପାତ୍ର ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତାହା ପୁଣି ୨୫ ବର୍ଷର ଲମ୍ବା ବ୍ୟବଧାନ ପରେ। କାରଣ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିଥିବାବେଳେ ବରିଷ୍ଠ ନେତାଙ୍କୁ ଏବେ ଖୋଜା ପଡ଼ିଲାଣି। ୨୦୨୪ ନିର୍ବାଚନରେ ବିଜୟଙ୍କ ପୁଅ ଅରବିନ୍ଦ, ବିଜେଡି ଟିକେଟରେ ପାଟକୁରାରୁ ବିଧାନସଭାକୁ ନିର୍ବାଚିତ ହେବା ପରେ ଏହି ଚର୍ଚ୍ଚାକୁ ବଳ ମିଳିଛି।

Advertisment

ଏକଦା ରାଜ୍ୟ ରାଜନୀତିରେ ଖୁବ ପ୍ରଭାବ ରଖୁଥିବା ବିଜୟ, ବିଜୁ ଜନତା ଦଳ ଗଠନରେ ମୁଖ୍ୟ ଭୂମିକା ନେଇଥିଲେ। ହେଲେ ଦଳ ତାଙ୍କୁ ପ୍ରଥମରୁ ଦୂରେଇ ଦେଇଥିଲା।

ବିଜୟଙ୍କ ବିଜେଡି ପରବର୍ତ୍ତୀ ଯାତ୍ରା 

  • ୨୦୦୧ରେ ଓଡ଼ିଶା ଗଣପରିଷଦ ଗଠନ କରିଥିଲେ ବିଜୟ
  • ୨୦୦୪ ନିର୍ବାଚନରେ ତାଙ୍କ ଦଳ ଦୁଇଟି ଆସନ ଜିତିଥିଲା
  • ହେଲେ ପରାଜୟର ମୁହଁ ଦେଖିଥିଲେ ବିଜୟ ମହାପାତ୍ର
  • ୨୦୦୯ରେ ବିଜେପିରେ ମିଶିଥିଲେ ବି ଦଳକୁ ସେତେଟା ଫାଇଦା ଦେଇପାରିନଥିଲେ
  • ୨୦୦୯ରେ ପାଟକୁରା ଓ ୨୦୧୪ରେ ମହାକାଳପଡ଼ା ଆସନରୁ ହାରିଥିଲେ
  • କିନ୍ତୁ ୨୦୧୬ରେ ବିଜେପିରୁ ଦୂରେଇ ଯାଇଥିଲେ ବିଜୟ
  • ୨୦୧୮ରେ ବିଜେପି ଛାଡ଼ିଥିବା ବେଳେ ୨୦୧୯ରେ ପୁଣିଥରେ ଦଳକୁ ଫେରିଥିଲେ
  • ୨୦୨୪ରେ ଦଳ ବିରୋଧୀ କାମ ପାଇଁ ତାଙ୍କୁ ବହିଷ୍କାର କରିଥିଲା ବିଜେପି
  • ଏବେ ବିଜେଡିକୁ ଫେରିବା ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ କରିଛି

ବିଜୟ ମହାପାତ୍ର ବିଧିବଦ୍ଧ ଭାବେ କେବେ ବିଜେଡିକୁ ଫେରିବେ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ତାଙ୍କ ପ୍ରତ୍ୟାବର୍ତ୍ତନ ବିଜୁ ଲିଗାସିକୁ ବଳ ଦେବ ବୋଲି ଚର୍ଚ୍ଚା ହେଉଛି।