ଟାରିଫ୍ ଉପରେ ମିଳିବ କି ଖୁସି ଖବର : ଜୟଶଙ୍କରଙ୍କ ସହ ବୈଠକ ପରେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ବୟାନ

ଜୟଶଙ୍କରଙ୍କ ସହ ବୈଠକ ପରେ ଆମେରିକୀୟ ବୈଦେଶିକ  ମନ୍ତ୍ରୀଙ୍କ ବଡ଼  ବୟାନ,  ଟ୍ୟାରିଫ ଉପରେ ଶୀଘ୍ର ଖୁସି ଖବର ମିଳିବ କି ?

39

Photograph: (kanaknews)

କନକବ୍ୟୁରୋ : ଜୟଶଙ୍କରଙ୍କ ସହ ବୈଠକ ପରେ ଆମେରିକୀୟ ବୈଦେଶିକ  ମନ୍ତ୍ରୀଙ୍କ ବଡ଼  ବୟାନ,  ଟ୍ୟାରିଫ ଉପରେ ଶୀଘ୍ର ଖୁସି ଖବର ମିଳିବ କି? ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ନ୍ୟୟୁର୍କରେ ଆମେରିକୀୟ ବୈଦେଶିକ ମନ୍ତ୍ରୀ  ମାର୍କୋ  ରୁବିଓଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ରୁବିଓ କହିଛନ୍ତି, ଭାରତ ଆମେରିକା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ରହିଛି ଏବଂ ବ୍ୟାପାର,  ପ୍ରତିରକ୍ଷା, ଶକ୍ତି, ଫାର୍ମାସ୍ୟୁଟିକାଲ୍ସ, ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଦ୍ୱିପାକ୍ଷିକ ସମ୍ପର୍କ ଆଦି କ୍ଷେତ୍ରରେ ଭାରତ ସରକାରଙ୍କ ନିରନ୍ତର ସହଯୋଗକୁ ରୁବିଓ ପ୍ରଶଂସା କରିଛନ୍ତି ।

 ଟ୍ୟାରିଫ ବିବାଦ ଓ ଏଚ-୧ବି ଭିସା ନୀତିକୁ ନେଇ ଉଭୟ ଦେଶ ମଧ୍ୟରେ ଚାପ ଥାଇ ମଧ୍ୟ ଏହି ବୈଠକ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ବିବେଚନା କରାଯାଉଛି ।  ଜୟଶଙ୍କର କହିଛନ୍ତି ,ଉଭୟ ନେତା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଅଗ୍ରଗତି ପାଇଁ ନିରନ୍ତର ଯୋଗାଯୋଗ ଜାରି ରଖିବା ଉପରେ ସହମତ ହୋଇଛନ୍ତି।ସୂଚନା ଅନୁସାରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୂଶ ଗୋଏଲ ମଧ୍ୟ ଆମେରିକାରେ ଅଛନ୍ତି ଏବଂ ଆମେରିକାର ବାଣିଜ୍ୟ ମନ୍ତ୍ରୀଙ୍କ ସହ ମଧ୍ୟ ଆଜି ଆଲୋଚନା କରି ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe