ମହାନଦୀ ଜଳ ବିବାଦର ହେବ କି ସମାଧାନ । ଓଡ଼ିଶା ଓ ଛତିଶଗଡ ମଧ୍ୟରେ ସକାରାତ୍ମକ ଆଲୋଚନା, ବିଜେଡିର କଟାକ୍ଷ

ଉଭୟ ରାଜ୍ୟ ଆପୋସ ସମାଧାନ ପାଇଁ ରାଜି ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ  ସୂଚନା ମିଳିଛି । ତେବେ ଏହାକୁ ନେଇ କଟାକ୍ଷ କରିଛି ବିଜେଡି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ  କହିଛନ୍ତି, ଚା’ କପରେ ସୀମିତ ନରହୁ ଆଲୋଚନା। ପ୍ରଥମେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କାମ ବନ୍ଦ କରନ୍ତୁ ।

52:ୋେିମା

Photograph: (kanakNews)

କନକ ବ୍ୟୁରୋ :  ମହାନଦୀ ଜଳ ବିବାଦର ହେବ କି ସମାଧାନ । ଶନିବାର ଲୋକସେବା ଭବନରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ଉଭୟ ରାଜ୍ୟ ଆପୋସ ସମାଧାନ ପାଇଁ ରାଜି ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ତେବେ ଏହାକୁ ନେଇ କଟାକ୍ଷ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚା’ କପରେ ସୀମିତ ନରହୁ ଆଲୋଚନା । ପ୍ରଥମେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କାମ ବନ୍ଦ କରନ୍ତୁ । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ବେଳେ ଅନେକ ଥର ଛତିଶଗଡ଼ ସହ ଆଲୋଚନା ହୋଇଛି, କିନ୍ତୁ ଫଳପ୍ରଦ ହୋଇନି ।  ଏଥର ଯଦି ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ହୁଏ, ତେବେ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe