କନକ ବ୍ୟୁରୋ :  ମହାନଦୀ ଜଳ ବିବାଦର ହେବ କି ସମାଧାନ । ଶନିବାର ଲୋକସେବା ଭବନରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ଉଭୟ ରାଜ୍ୟ ଆପୋସ ସମାଧାନ ପାଇଁ ରାଜି ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ତେବେ ଏହାକୁ ନେଇ କଟାକ୍ଷ କରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚା’ କପରେ ସୀମିତ ନରହୁ ଆଲୋଚନା । ପ୍ରଥମେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କାମ ବନ୍ଦ କରନ୍ତୁ । ପୂର୍ବରୁ ନବୀନ ପଟ୍ଟନାୟକଙ୍କ ସରକାର ବେଳେ ଅନେକ ଥର ଛତିଶଗଡ଼ ସହ ଆଲୋଚନା ହୋଇଛି, କିନ୍ତୁ ଫଳପ୍ରଦ ହୋଇନି ।  ଏଥର ଯଦି ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ହୁଏ, ତେବେ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ।