ନବ ଦାସ ହତ୍ୟା ମାମଲାରେ ପୁଣି ହେବ କି ତଦନ୍ତ । କ୍ରାଇମବ୍ରାଞ୍ଚ ଏଡିଜି କହିଲେ, ପରିବାର ଲିଖିତ ଭାବେ ଜଣାଇଲେ ନିଆଯିବ ପରବର୍ତ୍ତୀ ପଦକ୍ଷେପ ।

Advertisment

ପରିବାର ଲିଖିତ ଭାବେ ଜଣାଇଲେ ନିଆଯିବ ପରବର୍ତ୍ତୀ ପଦକ୍ଷେପ । ଲିଖିତ ଆବେଦନ ଉପରେ ରହିଛି ନଜର ।

ପରିବାର ଲିଖିତ ଭାବେ ଜଣାଇଲେ ନିଆଯିବ ପରବର୍ତ୍ତୀ ପଦକ୍ଷେପ । ଲିଖିତ ଆବେଦନ ଉପରେ ରହିଛି ନଜର ।

ପୁଣି ହେବ କି ତଦନ୍ତ?

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ପୁଣି ହେବ କି କ୍ରାଇମବ୍ରାଞ୍ଚ ତଦନ୍ତ । କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ ପରିବାର ଲୋକ ଲିଖିତ ଭାବେ ଜଣାଇଲେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତି ନିଆଯିବ। ନବ ଦାସଙ୍କ ପରିବାର ଲୋକ ତଦନ୍ତ ସଂକ୍ରାନ୍ତରେ କିଛି ଲିଖିତ ଭାବେ ଜଣାଇନାହାନ୍ତି। ତେଣୁ ଲିଖିତ ଭାବେ ଜଣାଇବା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବା ସମ୍ଭବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ନବ ଦାସ ହତ୍ୟା ଘଟଣାର ତଦନ୍ତ ସରିଛି ଯାହା ତଥ୍ୟ ପ୍ରମାଣ ମିଳିଛି କୋର୍ଟଙ୍କୁ ଜଣାଇ ଦିଆଯାଇଛି ଏବଂ ପୁନଃ ତଦନ୍ତ ନେଇ କୌଣସି ନିଷ୍ପତି ହୋଇନାହିଁ। ତେବେ ଲିଖିତ ଭାବରେ ଜଣାଇଲା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନେବା ସମ୍ଭବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି  ।

ନବଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ପାଇଁ ଝିଅ ଦୀପାଳି ଦାସଙ୍କ ଦାବି ପରେ ପୁଣି ଚର୍ଚ୍ଚାକୁ ଫେରିଛି ପ୍ରସଙ୍ଗ। ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଏଥିରେ ଯୋଡି ହୋଇଛି ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକଙ୍କ ସାର୍ଟ ରଙ୍ଗ ବଦଳିବା । ହଠାତ୍ ଶୁଭେନ୍ଦୁଙ୍କ  ହଳଦିଆ ସାର୍ଟ ଧଳା ହେଲା କେମିତି? ସେ ନେଇ ପ୍ରଶ୍ନ ଉଠିଛି । ଏପଟେ ଶୁଭେନ୍ଦୁ ପଟ୍ଟନାୟକ ସାମନାକୁ ଆସି ସିବିଆଇ ତଦନ୍ତ ଦାବି କରିଛନ୍ତି । କହିଛନ୍ତି, ରିପୋର୍ଟରେ କାହିଁକି କ୍ରାଇମ୍‌ବ୍ରାଞ୍ଚ ତଥ୍ୟ ବଦଳାଇଛି ସେ ବିଷୟରେ କିଛି ଜାଣିନାହାନ୍ତି । ସିବିଆଇ ଦ୍ବାରା ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଯାହାକି କ୍ରାଇମବ୍ରାଂଚର ତଦନ୍ତକୁ ସନ୍ଦେହ ଘେରକୁ ଟାଣିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe