କନକ ବ୍ୟୁରୋ : ବନ୍ଦ ହେବ କି ଟେଲିଗ୍ରାମ୍ ଆପ୍ ? ମେସେଜିଂ ଆପ୍ ଟେଲିଗ୍ରାମର ପ୍ରତିଷ୍ଠାତା ଓ ସିଇଓ ପାଭେଲ୍ ଦୁରୋଭଙ୍କୁ ଗତକାଲି ଫ୍ରାନ୍ସରେ ଗିରଫ କରାଯିବା ପରେ ଭାରତରେ ଏହି ଆପ୍ ବନ୍ଦ ହେବାର ଆଶଂକା ବଢିଛି । କେବଳ ଏତିକି ନୁହେଁ ଜୁଆ ଓ ମୁଣ୍ଡଜାମିନ୍ ଭଳି ବେଆଇନ୍ କାର୍ଯ୍ୟରେ ଏହି ଆପ୍ ବ୍ୟବହାର କାରାଯାଉଥିବା ଅଭିଯୋଗ ରହିଛି । ତେବେ ଏହି କେତେ ସତ ତାହାର ତଦନ୍ତ କରୁଛନ୍ତି କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ । ଯଦି କମ୍ପାନୀ ବିରୋଧରେ କୌଣସି ବି ପ୍ରମାଣ ମିଳିବ ତେବେ ଏହି ଆପକୁ ଦେଶରେ ନିଷିଦ୍ଧ କରାଯିବ ।
ସେପଟେ ଟେଲିଗ୍ରାମ୍ କମ୍ପାନୀର ସିଇଓ ଗିରଫ ହେବା ପରେ ଏହି ଆପକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଆପକୁ ଆପଷ୍ଟୋରରୁ ହଟାଇ ଦିଆଯିବ ବୋଲି ଅପପ୍ରଚାର ହେଉଛି । ଆଉ କିଛି ଲୋକ ଅପପ୍ରଚାର କରୁଛନ୍ତି କି, ଏହି ଆପ୍ ଆପେ ଆପେ ସ୍ମର୍ଟ ଫୋନରୁ ଉଡିଯିବ । ତେବେ ଏଭଳି ଦାବିର କୌଣସି ସତ୍ୟତା ନଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/media_files/U33dygbgJTT7djHfaCPp.jpg)